ଧନତେରସରେ ଗୋଟା ଧନିଆ କିଣିବାର ମହତ୍ତ୍ୱ

ଦୀପାବଳିର ପାଞ୍ଚ ଦିନିଆ ଉତ୍ସବରେ ପ୍ରଥମ ଦିନ ଧନତେରସ ପାଳନ ହୋଇଥାଏ। ଏହିଦିନ ଭଗବାନ ଧନ୍ୱନ୍ତରୀ, ଯମରାଜା, କୁବେର,ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଜାଣନ୍ତୁ ଏହିଦିନ ଗୋଟା ଧନିଆ କିଣିବାର କାରଣ କ’ଣ…..
ଏପରି କୁହାଯାଏ, ଧନତେରସ ଦିନ ହଳଦିଆ ବସ୍ତୁ କିଣିବା ଉଚିତ। ଯେପରି ସୁନା, ପିତ୍ତଳ ବାସନ କିମ୍ବା ଧନିଆ। ମାନ୍ୟତା ଅନୁଯାୟୀ, ଏହି ଧନତେରସ ଦିନ ସୁନା ନକିଣି ପାରିଲେ , ପିତ୍ତଳର ବାସନ କିଣନ୍ତୁ। ଏହି ଜିନିଷ ବ୍ୟତୀତ ଧନିଆ ମଧ୍ୟ କିଣିପାରିବେ। ଜାଣନ୍ତୁ ଏହା ବିଷୟରେ….
ବଡ ଆକାର ଓ ଗୋଟା ଧନିଆ କିଣିବା ଖୁବ ଶୁଭ ବୋଲି କୁହାଯାଏ। ଗୋଟା ଧନିଆ ଆଣି ତାହାକୁ ଶୁଖାଇ ପେଷି ଗୁଡ଼ ସହ ମିଶାଇ ନୈବେଦ୍ୟ ତିଆରି କରାଯାଏ। କୁହାଯାଏ ଏପରି କରିବା ଦ୍ୱାରା ଧନର ଅଭାବ ହୋଇନଥାଏ। ଧନିଆକୁ ଧନର ପ୍ରତୀକ ବୋଲି ମଧ୍ୟ କୁହାଯାଏ।
କିମ୍ବଦନ୍ତୀ ଅନୁଯାୟୀ, ଏପରି ମାନ୍ୟତା ରହିଛି, ଧନତେରସ ଦିନ ମା’ଲକ୍ଷ୍ମୀଙ୍କୁ ଧନିଆ ଅର୍ପଣ କରିବା ଦ୍ୱାରା ଓ ଭଗବାନ ଧନ୍ୱନ୍ତରୀଙ୍କ ଚରଣରେ ଧନିଆ ଅର୍ପଣ କରିବା ସହ ପ୍ରାର୍ଥନା କରିବା ଦ୍ୱାରା ପରିଶ୍ରମ ଫଳ ନିଶ୍ଚୟ ପ୍ରାପ୍ତି ହୋଇଥାଏ। ପୂଜାରେ ଧନିଆ ଭୋଗ କରି ଏହାକୁ ବଣ୍ଟାଯାଏ।
ଅନ୍ୟ ବସ୍ତୁ – ଏହି ଜିନିଷ ବ୍ୟତୀତ ଧନତେରସରେ ଝାଡୁ, ହଳଦିଆ କଉଡି, ଗୋଟା ହଳଦୀ ଆଦି କିଣି ଏହାକୁ ପୂଜା କରି ଘରର ଆଲମିରାରେ ରଖନ୍ତୁ।

Comments are closed.