ଧନତେରସ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଧନତେରସ ପର୍ବ ଧନ ଓ ଆରୋଗ୍ୟ ସହ ଜଡ଼ିତ। ଧନ ପାଇଁ ଏହି ଦିନ କୁବେରଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ଆରୋଗ୍ୟ ପାଇଁ ଧନ୍ୱନ୍ତରୀଙ୍କ ପୂଜା କରାଯାଏ। ଏହିଦିନ ମୂଲ୍ୟବାନ ଧାତୁ , ନୂଆବାସନ, ଆଭୂଷଣ, କିଣିବାର ନିୟମ ରହିଛି। ଏହାସହ ଏହିଦିନ କିଛି ସାବଧାନତା ଅବଲମ୍ବନ କରିବା ମଧ୍ୟ ଆବଶ୍ୟକ।
ସେଭଳି ଦେଖିବାକୁ ଗଲେ ଲୋକେ ଦୀପାବଳି ପୂର୍ବରୁ ଘରର ସଫାସୁତୁରା ଆରମ୍ଭ କରିଥାଆନ୍ତି। ଘରେ ଅନାବଶ୍ୟକ ଜିନିଷ, ପୁରୁଣା ଖରାପ ଜିନିଷ ରହିଲେ ସକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ତେଣୁ ଧନତେରସ ପୂର୍ବରୁ ଏହି ସମସ୍ତ ଜିନିଷ ଘରୁ ସଫା କରନ୍ତୁ।
ଘରର ମୁଖ୍ୟଦ୍ୱାର ଓ ମୁଖ୍ୟ କକ୍ଷର ସମ୍ମୁଖରେ ଅନାବଶ୍ୟକ ଜିନିଷ ଆଦୌ ରଖନ୍ତୁ ନାହିଁ। କୁହାଯାଏ ଘରର ମୁଖ୍ୟଦ୍ୱାର ଦ୍ୱାରା ମା’ଲକ୍ଷ୍ମୀ ଘରେ ପ୍ରବେଶ କରିଥାଆନ୍ତି। ତେଣୁ ଏହି ସ୍ଥାନ ସର୍ବଦା ପରିଷ୍କାର ରଖନ୍ତୁ।
ଏହିଦିନ ପ୍ରଭୁ କୁବେରଙ୍କ ସହ ମା’ଲକ୍ଷ୍ମୀ, ଭଗବାନ ଧନ୍ୱନ୍ତରୀଙ୍କ ଉପାସନା କରନ୍ତୁ।
ଏହିଦିନ କାଚ ଜିନିଷ କିଣନ୍ତୁ ନାହିଁ। ଏହିଦିନ ସୁନା,ଚାନ୍ଦି, ପିତ୍ତଳ ଆଦି କିଣିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଏହିଦିନ ଅନ୍ୟ କାହାକୁ କରଜ ଦିଅନ୍ତୁ ନାହିଁ।
ଘରେ କୁଙ୍କୁମ, ହଳଦି ଆଦିରେ ସ୍ୱସ୍ତିକ, ଓଁ ଆଦି ବନାନ୍ତୁ।

Comments are closed.