ରାଜନଗର ଲ୍ୟାମ୍ପ୍ସରେ ଧାନ ମଣ୍ଡି ଖୋଲିଲା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଲ୍ୟାମ୍ପ୍ସ ଧାନ ମଣ୍ଡିରେ ଆଜି ଧାନ କ୍ରୟର ଶୁଭାରମ୍ଭ ହୋଇଛି । ଲ୍ୟାମ୍ପ୍ସ ଏମଡି ଜିତେନ୍ଦ୍ର କୁମାର ସିଂହଙ୍କ ଉପସ୍ଥିତିରେ ପ୍ରଥମ ଦିନରେ ମୁରୁସୁଆଁ ଓ ରାଜନଗର ପଞ୍ଚାୟତର ୨୮ ଜଣ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଛି । ଏହି କାର୍ୟ୍ୟକ୍ରମରେ ରାଜନଗର ଲ୍ୟାମ୍ପ୍ସ ଏମଡି ଜିତେନ୍ଦ୍ର କୁମାର ସିଂହ, ବସନ୍ତ କୁମାର ମିଶ୍ର ଓ ନିୟନ୍ତ୍ରିତ ବଜାର କମିଟି ପ୍ରତିନିଧିଙ୍କ ଉପସ୍ଥିତିରେ ଧାନର ମାନ ପରୀକ୍ଷା କରାଯାଇ ନିର୍ଦ୍ଧାରିତ ସରକାରୀ ଦରରେ ଧାନ କ୍ରୟ କରାଯାଇଛି ।

Comments are closed.