ଭଦ୍ରକ-ଧାମରା ରେଳପଥ ନିର୍ମାଣ ପାଇଁ ଗୋଚର ଜମି ହରାଇଥିବା ସ୍ଥାନୀୟ ବାସିନ୍ଦା ପ୍ରଶାସନର ଦ୍ୱାରସ୍ଥ

ଧାମରା : ୨୦୦୪ ମସିହାରେ ଧାମର ବନ୍ଦର ରେଳପଥ ପାଇଁ ୩୬ଟି ପଞ୍ଚାୟତର ବାସିନ୍ଦା ଗୋଚର ଜମି ହରାଇଥିବା ବେଳେ ଏବେ ଏହି ଗୋଚର ଜମି ଫେରି ପାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ୬୧ କି.ମି.ର ଏହି ରେଳପଥ ପାଇଁ ୩୬ଟି ପଞ୍ଚାୟତର ଲୋକେ ନିଜର ଚାଷ ଜମି ହରାଇଥିବା ବେଳେ ଗୋଚରଜମିକୁ ମଧ୍ୟ ହରାଇଥିଲେ। ଦୀର୍ଘ ୧୫ବର୍ଷ ପୁରି ଯାଇଥିଲେ ମଧ୍ୟ ଏହି ୩୬ଟି ପଞ୍ଚାୟତର ଚାଷୀଙ୍କ ଗୋରୁ ଚରିବା ପାଇଁ ଜମି ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏ ବାବଦରେ ସେମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ବେଳେ ଖୁବ ଶୀଘ୍ର ଏହି କଥାର ଆଶୁ ସମାଧାନ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.