MEllora 950×100

ଧାମରାରେ ବାଇକ ଦୁର୍ଘଟଣା, ଜଣେ ମୃତ  

ଧାମରା: ଧାମରା ନିକଟସ୍ଥ ବାଂଶଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ନୃସିଂହ ଚରଣ ସୂତାର ବାଂଶଡା ପଂଚାୟତର ଅଧିବାସୀ ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟା ସମୟରେ ନୃସିଂହ ନିଜର ଘର କାମସାରି ବାଂଶଡା ବଜାରକୁ ଯାଉଥିବା ବେଳେ ବାଂଶଡା ବଜାରରୁ ଆସୁଥିବା ଏକ ବାଇକ ଆରୋହୀ ନୃସିଂହକୁ ଧକ୍କା ଦେଇଥିଲା ।

ନୃସିଂହ ତଳେ ପଡିଯାଇଥିବା ବେଳେ ନୃସିଂହଙ୍କ ସାର୍ଟ ବାଇକରେ ଲାଗିଯାଇଥିଲା ଫଳରେ ବାଇକ ଆରୋହୀ ଜଣକ ନୃସିଂହକୁ ଘୋଷାରି ଘୋଷାରି କିଛି ବାଟ ନେଇ ଯାଇଥିଲ । ଫଳରେ ନୃସିଂହଙ୍କ ପାଟି ଏବଂ କାନରୁ ରକ୍ତସ୍ରାବ ହେଉଥିଲା । ପ୍ରଥମେ ବାଂଶଡା ଡାକ୍ତରଖାନା ଓ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନା ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି ।  ଭଦ୍ରକ ଡାକ୍ତରଖନାରେ ଡାକ୍ତର ନୃସିଂହଙ୍କର ମୃତ୍ୟୁ ଘୋଷଣା କରିଥିବା ବେଳେ ଅଂଚଳରରେ ଶୋକର ଛାୟା ଖେଳିଯାଇଛି ।

Comments are closed.