ସଡ଼କ ଦୁର୍ଘଟଣାରେ ଯୁବତୀ ମୃତ, ଧାମରା -ବାସୁଦେବପୁର ରାସ୍ତାରେ ଯାତାୟାତ ବନ୍ଦ

ଧାମରା: ଧାମରା ବନ୍ଦର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି। ମୃତ ଯୁବତୀ ଜଣକ ସିଲେଇ ଶିକ୍ଷା ସାରି ନିଜ ଘରକୁ ଫେରୁଥିବା ବେଳେ ଧାମରା ବନ୍ଦରକୁ ଯାଉଥିବା ଏକ ଟ୍ରକ ସମ୍ପୃକ୍ତ ଯୁବତୀକୁ ଧକ୍କା ଦେଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧାମରା ଡାକ୍ତରଖାନା ପରେ ବାସୁଦେବପୁର ଡାକ୍ତରଖାନାକୁ ତାଙ୍କୁ ପଠା ଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ଖବର ପାଇ ଉତ୍ୟକ୍ତ ଗ୍ରାମବାସୀ ଧାମରା ବାସୁଦେବପୁର ରାସ୍ତା (ଡିଆଇ) ରୋଡକୁ ବନ୍ଦ କରି ରଖିଛନ୍ତି। ମୃତ ଯୁବତୀ ଜଣକ ହଉଛନ୍ତି ସ୍ଥାନୀୟ ଓରାମାଳ ଗ୍ରାମର ରାଧିକା ମଣ୍ଡକ।

Comments are closed.