୧୧କେଭି ତାର ଛିଡି ୨ବଖରା ଘର ଭସ୍ମୀଭୂତ

ଧାମରା : ଧାମରା ନିକଟସ୍ଥ ଦୋସିଙ୍ଗା ପଞ୍ଚାୟତର ସାବିତ୍ରିସରାଇ ଗ୍ରାମର ଦୁଃଶାସନ ରାଉତଙ୍କ ଘର ୧୧ କେଭି ତାର ସଂସ୍ପର୍ଶରେ ଆସି ଭସ୍ମୀଭୂତ ହୋଇଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଯେ ସୋମାବାର ଦିନ ୧୨ଟାରେ ଦୁଶାଃସନଙ୍କ ଘର ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ଛିଡି ଘର ଉପରେ ପଡିଥିଲା। ଫଳରେ ଦୁଶାଃସନଙ୍କ ଘରେ ନିଆଁ ଲାଗି ଯାଇଥିଲା,ଏହି ସମୟରେ ଘର ମଧ୍ୟରେ ୨ଟି ପରିବାର ୮ଜଣ ସଦସ୍ୟ ରହିଯାଇଥିଲେ। ପରେ ଗ୍ରାମବାସୀ ନିଆଁରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ୧୧ କେଭି ତାରରେ ବିଦ୍ୟୁତ ସରବରାହ ଯୋଗୁ ଗ୍ରାମବାସୀ ଦୁଶାଃସନଙ୍କ ଘରେ ଲାଗିଥିବା ନିଆଁକୁ ଲିଭାଇ ପାରି ନଥିଲେ। ପରେ ଧାମରାରୁ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିଥିଲେ। ଆୟତ କରିବା ବେଳକୁ ୨ବଖରା ଘର ସଂପୂର୍ଣ ଭସ୍ମୀଭୂତ ହୋଇ ସାରିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଦୁଶାଃସନ ବିଦ୍ୟୁତ ବିଭାଗକୁ ନିଜ ଘର ଉପର ଦେଇ ଯାଇଥିବା ୧୧ କେଭି ତାରକୁ ବଦଳାଇ କେବୁଲ ପକାଇବା ଅଥବା ଖୁଣ୍ଟ ଦେଇ ଅନ୍ୟ ରାସ୍ତାରେ ଲାଇନ ନେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ସାଜିଥିବା ସେ ଅଭିଯୋଗ କରିଛନ୍ତି। ଦୁଶାଃସନଙ୍କ ଘରେ ୨ମାସରେ ଏହି ବିଦ୍ୟୁତ ତାର ଛିଡି ୨ଥର ନିଆଁ ଲାଗିଥିବା ବେଳେ ସର୍ବସାଧାରଣରେ ଏଥି ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତିି। ଏ ନେଇ ତୁରନ୍ତ ସରକାରୀ ସାହାଯ୍ୟ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.