ଧାମରାରେ ବନମହୋତ୍ସବ, ଚାରା ବଣ୍ଟନ କଲା ବନବିଭାଗ

ଧାମରା: ବନବିଭାଗ ତରଫରୁ ଧାମରାରେ ୭୧ ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବନ ବିଭାଗ ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ଧାମରା ବନପାଳ ଗଦାଧର ବିଶ୍ୱାଳ ନିକଟସ୍ଥ ଚନ୍ଦନୀପାଳ ଠାରେ ଏକ ନର୍ସରୀ ଉଦ୍‌ଘାଟନ କରିଥିଲେ। ୭୧ ତମ ବନମହୋତ୍ସବ ପାଳନ ଅବସରରେ ଧାମରା ଅଞ୍ଚଳକୁ ସବୁଜ ବନାନୀ କରି ଗଢି ତୋଳିବା ସହ ଘରକୁ ଘର ବୁଲି ବାତ୍ୟା,ବନ୍ୟା ଏବଂ ପ୍ରାକୃତିକ ଦୁର୍ବିପାକରୁ ଧାମରା ଅଞ୍ଚଳକୁ କିପରି ରକ୍ଷା କରାଯାଇ ପାରିବ ସେ ବିଷୟରେ ସଚେତନ କରାଇଥିଲେ। ବନବିଭାଗ ତରଫରୁ ବଣ୍ଟନ କରାଯାଉଥିବା ଚାରାକୁ ନେଇ ନିଜ ବାଡି ବଗିଚା ଏବଂ ଖାଲି ସ୍ଥାନଗୁଡ଼ିକରେ ରୋପଣ ପାଇଁ ସେ ଲୋକ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ନର୍ସରୀରେ ବନବିଭାଗ ୨୫ହଜାରରୁ ଊର୍ଦ୍ଧ ଆକାଶୀ, ଝାଉଁଗଛ ଗୁଡିକୁ ସୃଷ୍ଟି କରାଯାଇଛି। ଏହି ପରିପ୍ରେକ୍ଷୀରେ ସେ ସାମାଜିକ ଦୂରତା ରକ୍ଷା କରିବା ସହ କୋଭିଡ୍-୧୯ର ସମସ୍ତ ନିୟମ ପାଳନ କରିବାକୁ ଯାଇ ଜନସାଧାରଣ ପରମର୍ଶ ଦେଇଥିଲେ ଏବଂ ମାସ୍କ ବଣ୍ଟନ କରିଥିଲେ। ତାଙ୍କର ଏହି କାର୍ଯ୍ୟକୁ ଧାମରା ଅଞ୍ଚଳରେ ଭୂୟଶୀ ପ୍ରଶଂସା କରାଯାଇଛି।

Comments are closed.