ଧାମରା ୟୁକୋ ବ୍ୟାଙ୍କର ୭୭ତମ ପ୍ରତିଷ୍ଠା ଦିବସ ପାଳିତ

ଧାମରା : ଧାମରା ଠାରେ ଥିବା ୟୁକୋ ବ୍ୟାଙ୍କର ୭୭ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇ ଯାଇଛି। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରହରି ମଲିକ, ସମ୍ମାନୀତ ଅତିଥି ଭାବେ ଯୁବ ବ୍ୟବସାୟୀ ତଥା ସମାଜସେବୀ ପିତାମ୍ବର ଦାସ ଯୋଗଦେଇ ଧାମରା ଅଞ୍ଚଳରେ ୟୁକୋ ବ୍ୟାଙ୍କ ଦୀର୍ଘ ୪୦ବର୍ଷ ହେବ ଧାମରା ଆଠ ପଞ୍ଚାୟତରେ ସେବା ଯୋଗାଇବା ସହ ସମସ୍ତ ଗ୍ରାହକ ମାନଙ୍କ ସହ ସୁସମ୍ପର୍କ ସ୍ଥାପନା କରିଆସୁଅଛି। ଆଗାମୀ ଦିନରେ ଏହି ବ୍ୟାଙ୍କର ପରିସୀମା ବ୍ୟାପକ କରାଯିବା ଉଚିତ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଆଜିର ଏହି ଦିବସରେ ଶାଖା ପରିଚାଲକ ସୁଶାନ୍ତ ବିଶ୍ୱାଳ ସଭାଟିକୁ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଙ୍କ ଶାଖାର ଅଜିତ କୁମାର ସାହୁ, ସାନ୍ତନୁ ପାଟୁଳିଆ, ସଂଗ୍ରାମ ଦାସ, ପ୍ରତାପ ବେହେରା, ଅମୁଲ୍ୟ ବେହେରା, ବିକ୍ରମ ଦାସ, ଅକ୍ଷୟ ନାୟକ, ରାମଚନ୍ଦ୍ର ନାୟକ, ସଦାଶିବ ପ୍ରଧାନ, ସପନ ପରିଡା, ବିଷ୍ନୁପଦ ନାୟକଙ୍କ ସମେତ ବହୁ ଗ୍ରାହକ ଯୋଗ ଦେଇ ବ୍ୟାଙ୍କ ଯୋଗାଇ ଦେଉଥିବା ସେବା ବିଷୟରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ସେମାନେ ବ୍ୟାଙ୍କ ସହ ଓତପ୍ରୋତ ଭାବରେ ଜଡିତ ରହିବା ସହ ବ୍ୟାଙ୍କ କାରବାରେ ସହାୟକ ହେବେ ବୋଲି ମଧ୍ୟ ବକ୍ତବ୍ୟ ରଖିଥିଲେ। ଶେଷରେ ସହକାରୀ ପରିଚାଳକ ଅଜିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.