୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ଥ : ମରାମତି ଆଳରେ ବସ ଚାଳକ ପାଖରୁ ନେଲେ ୮ହଜାର

ଧାମରା : ଧାମରା ନିକଟସ୍ଥ ଡିଆଇ ରୋଡ ଠାରେ ବୁଧବାର ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣା ପଡ଼ିଛି। ବାସୁଦେବପୁର ଅଭିମୁଖେ ଯାଉଥିବା ଓଡି୦୨ଏଫ୮୪୩୬ ଆମ୍ବୁଲାନ୍ସଟି ଡିଆଇ ରୋଡ ଠାରେ ନିଗମ ଏଣ୍ଡ ନିଗମ ବସ (ଓଡି ୦୧ଏକ୍ସ ୧୫୭୫)ଟିକୁ ସାଇଡ ଦେବା ବେଳେ ବସର ଚାଳକ ନିଜର ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ଚାଳକ ଏବଂ ସହକାରୀ ସାମାନ୍ୟ ଆଘାତ ପାଇଥିବା ବେଳେ ୧୦୮ ଆମ୍ବୁଲାନ୍ସଟି ନଷ୍ଟ ହେବା ସହ ପଛଦ୍ୱାରଟି ଭାଙ୍ଗି ଯାଇଥିଲା। ପରେ ଏ ନେଇ ଆମ୍ବୁଲାନ୍ସର ଚାଳକ କମଳାକାନ୍ତ ରାଉତ ଏବଂ ସନ୍ତୋଷ କୁମାର ପାତ୍ର ଧାମରା ମେରାଇନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଦେବାର କିଛି ସମୟ ପରେ ସନ୍ତୋଷ କୁମାର ପାତ୍ର ପୁନଶ୍ଚ ଥାନାକୁ ଆସି ନିଗମ ଏଣ୍ଡ ନିଗମ ବସର ଚାଳକ ସହ ଏକ ଚୁକ୍ତିନାମା କରି ଏହି କେଶଟି ଦଫାରଫା ହୋଇଯାଇଛି ବୋଲି ଲିଖିତ ପତ୍ର ଧାମରା ଥାନାଧିକାରୀଙ୍କୁ ଦେଇଥିଲେ। ପରେ ଏ ନେଇ ସନ୍ତୋଷ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ବସର ଚାଳକଙ୍କ ପାଖରୁ ୮ହଜାର ଟଙ୍କା ନେଇଛନ୍ତି ଏବଂ  ୧୦୮ଉପରିସ୍ଥ କର୍ମଚାରୀଙ୍କ ଯୋଗାଯୋଗ ପରେ ସେ  ଏହି ଟଙ୍କା ନେଇଥିବା କଥା କହିଥିଲେ।

Comments are closed.