ଧାମରା ବନ୍ଦର ଡ୍ରେଜିଂ ଜାହାଜରୁ ଚୋରୀ ଡିଜେଲ ଜବତ : ୪ ଗିରଫ

ଧାମରା :ଧାମରା ବନ୍ଦର ମଧ୍ୟରେ ଦିନକୁ ଦିନ ଡିଜେଲ ଚୋରୀ ବଢି ବଢି ଚାଲିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣ  ଅଭିଯୁକ୍ତ ଧରପଡ଼ିଥିଲେ । ସେମାନଙ୍କ ଠାରୁ ୧୨ଶହ ଲିଟର ଡିଜେଲ ଡ୍ରେଜିଂ ଜାହାଜରୁ ଆଣୁଥିବା ସମୟରେ ଧାମରା ବନ୍ଦର ନିରପତା ଅଧିକାରୀଙ୍କ ଦ୍ୱାରା ଅଟକ ରଖାଯାଇଥିଲା। ସମେନେ ହେଲେ ଚନ୍ଦନୀପାଳ ଅମରନଗରର ବୁଲା, ଦୋସିଙ୍ଗା ଗ୍ରାମର ମଙ୍ଗା, ରବିନ୍ଦନଗରର ଭିକା ଏବଂ ମୁଷା। ଏହି ଚୋରୀ ରାକେଟରେ ଡ୍ରେଜିଂ ଜାହାଜର ଷ୍ଟାଫ ରବି ମୁଖ୍ୟ କାରପଟଦାର ବୋଲି ଏହି ଚୋରୀ ରାକେଟଙ୍କ ଠାରୁ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ,  ଏହି ଡ୍ରେଜିଂ ଜାହାଜ ବନ୍ଦର ଠାରୁ ୨ କି.ମି ଦୂରରେ ବାଲି ଡ୍ରେଜିଂ କରୁଥିବା ବେଳେ ରାତିବେଳେ ଏହି ଜାହାଜର ଷ୍ଟାଫମାନେ ଚନ୍ଦନୀପାଳ ମାଫିଆ ମାନଙ୍କୁ ଡିଜେଲ ବିକ୍ରି କରିଥାନ୍ତି। ଗତକାଲି ବିଳମ୍ବିତ ରାତିରେ ସମ୍ପୃକ୍ତ ୪ଜଣ ୧୨ଶହ ଲିଟର ଡିଜେଲ ଏହି ଡ୍ରେଜିଂ ଜାହାଜରୁ ଆଣୁଥିବା ସମୟରେ ଧାମରା ବନ୍ଦର ନିରପତା ଅଧିକାରୀ ଅଟକ ରଖିଥିଲେ। ପରେ  ବୁଧବାର ସନ୍ଧ୍ୟାରେ ଧାମରା ବନ୍ଦର ନିରାପତା ଅଧିକାରୀ ଧାମରା ମେରାଇନ ଥାନା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ। ଧାମରା ଥାନାର ସେକେଣ୍ଡ ଅଫିସର ଲିଖିତ ଭାବରେ ଏହି ଅଭିଯୋଗପରେ ଅନୁସନ୍ଧାନ ଜାରୀ ରହିଥିବା ଜଣାପଡ଼ିଛି। ପ୍ରତିଦିନ ଏହି ଡ୍ରେଜିଂ ଜାହାଜରୁ ବିପୁଳ ପରିମାଣରେ ଡିଜେଲ ବିକ୍ରି ହେଉଛି ଏବଂ ଏହା ବଦଳରେ ମାଫିଆ ମାନେ ଡ୍ରେଜିଂ ଜାହାଜ ଅଧିକାରୀଙ୍କୁ ମଦ, ମାଂସ ଏବଂ ଟଙ୍କା ଯୋଗଇ ଦିଆ ଯାଉଛି ବୋଲି ମାଫିଆ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି। କେଉଁ ପରିସ୍ଥିତିରେ ଧାମରା ବନ୍ଦର ଅଧିକାରୀ ଏହି ଚୋରୀକୁ ପ୍ରଶୟ ଦେଉଛନ୍ତି ଏବଂ ଏହା ଉପରେ ଅଧିକ ତଦନ୍ତ ଜରୁରୀ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଏହି ଚୋରୀରେ ବନ୍ଦର ପ୍ରଶାସନର ହାତ ରହିଛି ବୋଲି ଭାରତୀୟ ମଜଦୁର ସଂଘର ସଂପାଦକ ଚନ୍ଦ୍ରଶେଖର ଜେନା ପ୍ରତିକ୍ରିୟା ରଖିବା ସହ ଏହି ଚୋରୀ କରୁଥିବା ମାଫିଆ ମାନେ ବହୁ ପ୍ରକାର ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା କଥା ମଧ୍ୟ ସେ କହିଛନ୍ତି।

Comments are closed.