MEllora 950×100

ଧାମରା-ପାରାଦ୍ବୀପ ୨୩୩ କିମି ଜଳପଥକୁ ଜାତୀୟ ଜଳମାର୍ଗ ମାନ୍ୟତା

ଭୁବନେଶ୍ବର: ଧାମରା-ପାରାଦ୍ବୀପ ୨୩୩ କିମି ଦୀର୍ଘ ଜଳପଥକୁ ଜାତୀୟ ଜଳପଥ ମାନ୍ୟତା ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି।
ଦେଶର ଆଭ୍ୟନ୍ତରୀଣ ଜଳ ପରିବହନ(ଆଇଡବ୍ଲ୍ୟୁଟି)କୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ଜଳପଥ ଅଧିନିୟମ-୨୦୧୬ ଅନୁଯାୟୀ ୧୦୬ଟି ନୂତନ ଜଳପଥ ସମେତ ୧୧୧ ଜଳପଥ ଗୁଡିକୁ ଜାତୀୟ ଜଳପଥ ଭାବେ ଘୋଷିତ ହୋଇଛି। ଏହାମଧ୍ୟରେ ଓଡ଼ିଶାର ଧାମରା-ପାରାଦ୍ବୀପ ଭାୟା ମଙ୍ଗଳାଗଡିରୁ ପଙ୍କପାଳ ଜଳପଥ ମଧ୍ୟ ଅନ୍ତର୍ଭୁକ୍ତ। ଏହି ଜାତୀୟ ଜଳପଥର ଦୈର୍ଘ୍ୟ ୨୩୩ କିଲୋମିଟର ରହିଛି। ଯାହା ଓଡ଼ିଶାକୁ ନୌ-ପରିବହନ କ୍ଷେତ୍ରରେ ବେଶ ସହାୟକ ହୋଇପାରିବ।

 

ପର୍ଯ୍ୟାବରଣ ଅନୁକୂଳ ଏବଂ ପରିବହନ ସୁଲଭ ସାଧନ ଭାବରେ ଆଭ୍ୟନ୍ତରୀଣ ଜଳପଥକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ଜଳପଥରେ ଚାଲୁଥିବା ଜାହାଜ ଗୁଡିକ ଉପରେ ଆଇଡବ୍ଲ୍ୟୁଏଆଇ ଦ୍ବାରା ଲଗା ଯାଇଥିବା ଜଳପଥ ଉପଯୋଗ ଶୁଳ୍କକୁ ଜୁଲାଇ ୨୦୨୦ ପ୍ରାରମ୍ଭରେ ତିନିବର୍ଷ ଅବଧି ପାଇଁ ଛାଡ କରି ଦିଆଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଲୋକସଭାକୁ ଲିଖିତ ଉତ୍ତରରେ ସୂଚନା ଦେଇଥିବା ଜଣାପଡିଛି।
ଧାମରା-ପାରାଦ୍ବୀପ…

Comments are closed.