ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ ; ନାଲକୋ ମାଇନ୍ସ ଯାଏଁ ୧୪୪ ଧାରା ଜାରି

କୋରାପୁଟ : କୋରାପୁଟ ଜିଲା ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ ହୋଇଥିବା ନେଇ ଶନିବାର ଖବର ମିଳିଛି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାପିଙ୍ଗି ସହ ପ୍ରାୟ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୁଲିସ ଗିରଫ କରିଛି। ଏହି କାରଣରୁ ଅଁଳାବାଡିରୁ ନାଲକୋ ମାଇନ୍ସ ଯାଏଁ ୧୪୪ ଧାରା ଜାରି କରାଯାଇଛି। ନାଲକୋରେ ନିଯୁକ୍ତି ଦାବି କରି ବିସ୍ଥାପିତମାନେ ୪ ଦିନ ହେଲା ନାଲକୋ ରୋଡରେ ରାସ୍ତାରୋକ ସହ ଧାରଣାରେ ବସିଥିଲେ। ପ୍ରଶାସନ ପକ୍ଷରୁ ବିସ୍ଥାପିତଙ୍କୁ ବୁଝାସୁଝା ଉଦ୍ୟମ ବେଳେ ଉତ୍ତେଜନା ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି। ଉତ୍ତେଜନା ଯୋଗୁଁ ଘଟଣାସ୍ଥଳରେ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଏସପି, ଉପଜିଲ୍ଲାପାଳ ଓ ତହସିଲଦାର ଉପସ୍ଥିତ ରହିଛନ୍ତି।

 

Comments are closed.