ଓଡ଼ିଶା ପୁଲିସର ସ୍ବତନ୍ତ୍ର ଅଭିଯାନ, ଉଦ୍ଧାର ହେଲେ ୪୦୪ ପିଲା

ସମସ୍ତ ନିଖୋଜ ପିଲାଙ୍କୁ ଉଦ୍ଧାର ନେଇ ଆମେ ପ୍ରତିଶ୍ରୁତିବଦ୍ଧ : ପୁଲିସ ମହାନିର୍ଦେଶକ

ଭୁବନେଶ୍ବର: ସ୍ବତନ୍ତ୍ର ଅଭିଯାନରେ ୪୦୪ ପିଲାଙ୍କୁ ଉଦ୍ଧାର କରିଛି ଓଡ଼ିଶା ପୁଲିସ। ଫେବୃଆରୀ ୨୮ରୁ ମାର୍ଚ୍ଚ ୮ ଭିତରେ ୪୦୪ ପିଲା ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୪୦୪ ପିଲାଙ୍କ ମଧ୍ୟରୁ ୩୨୨ଜଣ ଝିଅ ଥିବାବେଳେ ୮୨ଜଣ ପୁଅ ରହିଛନ୍ତି ବୋଲି ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି। ସମସ୍ତ ନିଖୋଜ ପିଲାଙ୍କୁ ଉଦ୍ଧାର ନେଇ ଆମେ ପ୍ରତିଶ୍ରୁତିବଦ୍ଧ ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି।

ଓଡିଶା ପୋଲିସ ପକ୍ଷରୁ ନିଖୋଜ ଶିଶୁ ମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଅରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଏପର୍ଯ୍ୟନ୍ତ ୪୦୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି ବୋଲି ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି। ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଭର୍ଚୁଆଲ ପ୍ରେସମିଟରେ ପୋଲିସ ମହାନିର୍ଦେଶକ ଅଭୟ କହିଛନ୍ତି ଯେ ଓଡିଶା ପୁଲିସ ପକ୍ଷରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ତା୨୮.୦୨.୨୦୨୧ରିଖରୁ ତା୦୮.୦୩.୨୦୨୧ରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁମାନଙ୍କର ସନ୍ଧାନ ଓ ଉଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନରେ ଓଡିଶା ପୁଲିସ ପକ୍ଷରୁ ୪୦୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୩୨୨ଜଣ ବାଳିକା ଓ ୮୨ ଜଣ ବାଳକ ଉଦ୍ଧାର ହୋଇଛନ୍ତି। ଉପରୋକ୍ତ ଶିଶୁମାନଙ୍କ ନିଖୋଜ ସଂକ୍ରାନ୍ତରେବିଭିନ୍ନ ଥାନାରେ ମାମଲା ପଞ୍ଜୀକୃତ ହୋଇଥିଲା। ବିଭିନ୍ନ ଜିଲାର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୩୩୮ ଜଣ ଶିଶୁଙ୍କୁ ତାଙ୍କ ଅଭିଭାବକମାନଙ୍କୁ ହସ୍ତାନ୍ତର କରାଯାଇଛି।
ଏହି ସ୍ୱତନ୍ତ୍ର ଅଭିଯାନକୁ କିଛି ଆରକ୍ଷୀ ଅଧୀକ୍ଷକ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡା ଜିଲାରୁ ସର୍ବାଧିକ ୪୪ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଭଦ୍ରକ, ବାଲେଶ୍ୱର ଓ କଟକ ୟୁପିଡି ଜିଲାରୁ ଯଥାକ୍ରମେ ୪୧,୩୮ ଓ ୩୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।

Comments are closed.