ବିଦ୍ୟାଳୟ ମୁଖପତ୍ର ପାଇଁ ୧୫ହଜାର ଟଙ୍କା ଦାନ

କେନ୍ଦୁଝରଗଡ଼ : କେନ୍ଦୁଝର ପୁରୁଣାବଜାରସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ମୁଖପତ୍ର ‘ଅନନ୍ୟା’ର ଉନ୍ମୋଚନ ପାଇଁ ବିଦ୍ୟୁତଲତା ବଳ ଚ୍ୟାରିଟି ଟ୍ରଷ୍ଟର ଅଧ୍ୟକ୍ଷ ସୁରେଶ ବଳ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତୃପ୍ତୀମୟୀ ପାତ୍ରଙ୍କୁ ଭେଟି ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ’କୁ ୧୫୦୦୦ଟଙ୍କା ଦାନ କରିଛନ୍ତି। ଏହି ପ୍ରଦତ୍ତ ରାଶିର ସରକାରଙ୍କ ଦ୍ୱାରା ସମଦ୍ୱିଗୁଣିତ ଅନୁଦାନ ମିଳିବା ପରେ ଯଥାଶିଘ୍ର ଏହି ମୁଖପତ୍ରକୁ ଉନ୍ମୋଚନ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି । ଟ୍ରଷ୍ଟର ଏଭଳି ବଦାନ୍ୟତା ପାଇଁ ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ ଅଭିଭାବିକା ସାଧୁବାଦ ଜଣାଇ ।

Comments are closed.