ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ବୁଧବାର ଅପରାହ୍ନରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡିସିପି ଭୁବନେଶ୍ୱର ଓ ଡିସିପି କଟକଙ୍କ ସମେତ ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜି ମାନଙ୍କ ସହ ଆଭାସୀ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି।

ଅପରାଧ ସମ୍ପର୍କିତ ଘଟଣା, କୋଭିଡ ଏନ୍‌ଫୋର୍ସମେଣ୍ଟ, କର୍ମଚାରୀଙ୍କ ସମସ୍ୟାର ସମାଧାନ, ନିଶା କାରବାର, ୧୧୨  ସଂକ୍ରାନ୍ତରେ, ପାସ୍‌ପୋର୍ଟ ଯାଞ୍ଚ, ଇ-ଅଭିଯୋଗ ଏବଂ ସିପିଜିଆର୍‌ଏଏମ୍‌ ଏବଂ ‘ମୋ ସରକାର’ ର ସମୀକ୍ଷା କରିଛନ୍ତି।

କଟକ-ଭୁବନେଶ୍ୱରର ପୁଲିସ କମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ରେଳବାଇ, ନିର୍ଦ୍ଦେଶକ ଏସ୍.ସି.ଆର.ବି, ନିର୍ଦ୍ଦେଶକ ଗୁଇନ୍ଦା ବିଭାଗ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ଓ ଆଇ.ଜି କ୍ରାଇମବ୍ରାଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା), ଆଇ.ଜି (ପ୍ରୋଭିଜନିଂ), ଆଇ.ଜି (କାର୍ମୀକ) ଓ ଆଇ.ଜି (ହେଡକ୍ୱାର୍ଟସ) ପ୍ରମୁଖ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

 

Comments are closed.