ନବରଙ୍ଗପୁର ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ

କରୋନା କଟକଣା ଓ ନକ୍ସଲ ଦମନର ସମୀକ୍ଷା

ନବରଙ୍ଗପୁର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି, କେରାପୁଟ, ନବରଙ୍ଗପୁର ଗସ୍ତରେ ଆସିଥିଲୋ ତାଙ୍କ ସହିତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ.ଶର୍ମା ଓ ମହାନୀରିକ୍ଷକ(ଆଇନଶୃଙ୍ଖଳା) ଏସ୍‍.ପ୍ରବୀଣ କୁମାର ଥିଲେ। ଅପରାହ୍ନରେ ନବରଙ୍ଗପୁର ରିଜର୍ଭ ପଡିଆରେ ହେଲିକପ୍ଟରରେ ଓହ୍ଳାଇବା ପରେ ଏସପି ପ୍ରହଲ୍ଲାଦ ସହାୟ ମୀନା ସ୍ୱାଗତ କରିଥିଲେ। ଏହାପରେ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ପରେ ଜିଲା ପୁଲିସ କାର୍ଯ୍ୟାଳୟକୁ ଯାଇ ଜିଲା ପୁଲିସ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିରେ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗଦେଇଥିଲୋ ଏହାପରେ ନବରଙ୍ଗପୁର ଆଦର୍ଶଥାନାକୁ ଯାଇ ପରିଦର୍ଶନ କରିଥିଲେ। ରିଜର୍ଭ ଅଫିସକୁ ଅନୁଧ୍ୟାନ କରିଥିଲେ। ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସେ ତାଙ୍କର ଗସ୍ତ ସଂପର୍କରେ ସୂଚନା ଦେଇଥିଲେ।

ଦୁଇଟି କାର୍ଯ୍ୟର ସମୀକ୍ଷା ହୋଇଥିଲା। କରୋନା ସଂପର୍କରେ ସମୀକ୍ଷା କରାଯାଇଥିଲା। କରୋନା ନିୟମପାଳନ ସଂପର୍କୀତ ସମୀକ୍ଷା ହୋଇଥିଲା। ଛତିଶଗଡ ରାଜ୍ୟ ସୀମାନ୍ତ କରୋନା କଟକଣା ଆଇନକୁ ପାଳନ ସହିତ ଯାଞ୍ଚ କଡାକଡି କରାଯାଉଥିବା କହିଥିଲେ। ଗ୍ରାମାଞ୍ଚଳ ଓ ସହରରେ ମଧ୍ୟ ପୁଲିସ ଯାଞ୍ଚ କଡାକଡି କରାଯାଇଛି। ମାସ୍କ ଓ ସାମାଜିକ ଦୂରତା ଅମାନ୍ୟ ପାଇଁ ପଦକ୍ଷେପ ସଠିକ ଭାବେ କରାଯାଉଥିବା ନେଇ ସେ ନବରଙ୍ଗପୁର ଜିଲା ପୁଲିସକୁ ସାଧୁବାଦ ଜଣାଇଛନ୍ତି। ଏହା ସହିତ ଜିଲାର ନକ୍ନଲ ସମସ୍ୟାନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ଜିଲାରେ ନକ୍ସଲ ସମସ୍ୟା ନିୟନ୍ତ୍ରଣରେ ଅଛି ଓ ପୁଲିସ ପଦକ୍ଷେପ ଠିକ ରହିଛି। ଏହି ଅବସରରେ ନକ୍ସଲମାନେ ଆତ୍ମସମର୍ପଣ କରି ରାଜ୍ୟର ମୁଖ୍ୟ ଧାରାରେ ସାମିଲ ହେବାକୁ ଗଣମାଧ୍ୟମ ଜରିଆରେ ସେ ଅପିଲ କରୁଥିବା କହିଥିଲେ।

Comments are closed.