ଡିଜିପି ଅଭୟଙ୍କ ପିପିଲି ଥାନା ପରିଦର୍ଶନ

ପିପିଲି : ସୋମବାର ଡିଜିପି ଅଭୟ ପିପିଲି ଥାନା ପରିଦର୍ଶନରେ ଯାଇଥିଲେ । ପୁରୀ ଗସ୍ତ​‌ରେ ଯାଉଥିବା ବେଳେ ଡିଜିପି ଅଭୟ ପିପିଲି ଥାନା ପରିଦର୍ଶନ କରିବା ସହ ପିପିଲି ଥାନାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଡିଜିପି । ପିପିଲି ଥାନାର ବାରାକ୍, ମାଲଖାନା, ମୋ ସରକାର ଅଭ୍ୟର୍ଥନା ପ୍ରକୋଷ୍ଠ ଆଦି କୁ ଡିଜିପି ବୁଲି ଦେଖିଥିଲେ । ଡିଜିପିଙ୍କ ଏହି ଗସ୍ତ ସମୟରେ ଡିଆଇଜି  ଆଶିଷ ସିଂ, ଏସପି ଡଃ ଉମାଶଙ୍କର ଦାଶ, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।
ଏଥି ପୂର୍ବରୁ କୌଶଲ୍ୟାଗଙ୍ଗ ଠାରେ କରାଯାଇଥିବା ଜିଲା ପୁଲିସର ଚେକିଂ ପୋଷ୍ଟ ଠାରେ କାର୍ଯ୍ୟରତ ସମସ୍ତ୍ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ଡିଜିପି ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । କରୋନା ଡ୍ୟୁଟି ସମୟରେ ନିଜର ଏକମାତ୍ର ରୋଗୀଣି କନ୍ୟାକୁ ହରେଇ ଥିବା ପିପିଲି ଥାନାର କରୋନା ଯୋଦ୍ଧା ଭାବେ ପରିଚିତ ହୋମଗାର୍ଡ ଗୌରୀ ବେହେରା ସହ ଡିଜିପି କଥା ହେବା ସହ ତାଙ୍କର ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।

Comments are closed.