ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଦେଶୀମଦ

ଭୁବନେଶ୍ବର: ଆସନ୍ତାକାଲିଠାରୁ କାଉଣ୍ଟରରେ ଦେଶୀ ମଦ ଓ ରନ୍ଧା ମଦ ମିଳିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୧ରୁ ଦେଶୀ ମଦର ହୋମ୍‌ ଡେଲିଭରି ଆରେମ୍ଭ ହୋଇଥିଲା। ଆସନ୍ତାକାଲିଠାରୁ ହୋମ୍‌ ଡେଲିଭେରି ସହ କାଉଣ୍ଟରରେ ମଧ୍ୟ ଦେଶୀ ମଦ ଓ ବିଦେଶୀ ମଦ ମିଳିପାରିବ। କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ମଦ ଦୋକାନ ଖୋଲିପାରିବ ନାହିଁ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଦେଶୀ ମଦ କାଉଣ୍ଟର ଖୋଲିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାସ୍କ ଓ ସାମାଜିକ ଦୂରତା ନିୟମ ନମାନିଲେ ଗରାଖଙ୍କୁ ବିକ୍ରି ନିଷେଧ କରାଯିବ। ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରିବେ ଦୋକାନୀ, ଦୋକାନରେ ମଦ୍ୟପାନ ମନା ।

Comments are closed.