ଶୀତଦିନିଆ ଖାଦ୍ୟ

ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି କେତୋଟି ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି। ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ୍’ ନାମ ଦିଆଯାଇଛି।
ଦେଶୀ ଘିଅକୁ ଗରମ ଡାଲି ନଚେତ୍ ପରଟାରେ ଲଗାଇ ଖାଇଲେ ଶରୀରକୁ ଶକ୍ତି ମିଳେ। ତା’ ସହ ଦେଶୀ ଘିଅ ଖାଇଲେ ଶୀତରେ ହେଉଥିବା ଶୁଷ୍କ ତ୍ବଚାର ସମସ୍ୟା ଦୂରେଇ ଯାଏ।
ଏ ଋତୁରେ ପ୍ରତିଦିନ ଗୋଟିଏ ଅଁଳା ଖାଇଲେ ବି ଶରୀରକୁ ପୋଷଣ ମିଳୁଥିବା ବିଶେଷଜ୍ଞ କହିଛନ୍ତି।
ମେଥି, ପାଳଙ୍ଗ ଶାଗ ତରକାରି କିମ୍ବା ପରଟା ପ୍ରସ୍ତୁତ କରି ନିୟମିତ ଭାବେ ଶୀତରେ ଖାଆନ୍ତୁ।
ଭିଟାମିନ୍ ସି ଓ କେ ଯୁକ୍ତ ଖାଦ୍ୟ ଶୀତରେ ଖାଇଲେ ହାଡ଼ଗୋଡ଼ ମଜବୁତ୍ ହୁଏ।
Comments are closed.