ଧଳା କେଶକୁ କଳା କରିବାରେ ଦେଶୀ ଘିଅର ବ୍ୟବହାର

କେଶର ସଠିକ ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର କେଶ ରଙ୍ଗ ଧଳା ହେବା ପୁରୁଷ ହେଉ ଅଥବା ମହିଳା ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ମୁଖ୍ୟତଃ କମ ବୟସରେ କେଶ ରଙ୍ଗ ଧଳା ହେବା ଅନ୍ୟ ଏକ ପ୍ରଧାନ ସମସ୍ୟା। ଭୁଲ ଖାଦ୍ୟପେୟ , ପ୍ରଦୂଷଣ କାରଣରୁ ସାଧାରଣତଃ କମ ବୟସରେ କେଶର ରଙ୍ଗ ଧଳା ହୋଇଥାଏ। କେଶର ସଠିକ ଯତ୍ନ ଓ ଧଳା କେଶକୁ କଳା କରିବାରେ ଦେଶୀ ଘିଅର ବ୍ୟବହାର ବିଷୟରେ ଜାଣିଛନ୍ତି କି ?
– ପ୍ରଥମେ ଘିଅକୁ ୧୦ ମିନିଟ କେଶ ମୂଳରେ ମାଲିସ କରନ୍ତୁ। ଏହାପରେ ଲେମ୍ବୁ ରସ ଲଗାଇ କିଛି ସମୟ ରଖନ୍ତୁ। ଏହାପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ ଲଗାତାର କରିବା ଦ୍ୱାରା କେଶର ଧଳା ରଙ୍ଗ କଳା ହୋଇଥାଏ। ଏହାସହ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ହୋଇଥାଏ।
– ଘିଅରେ ଅଳ୍ପ ବାଦାମ ତେଲ ମିଶାଇ କେଶ ମୂଳରେ ମାଲିସ କରନ୍ତୁ। ୧୫ ମିନିଟ ରଖିବା ପରେ ଗୋଲାପ ଜଳ ବ୍ୟବହାର କରି ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ କଳା, ନରମ ହୋଇଥାଏ।
– କେଶରେ ଦେଶୀ ଘିଅ ବ୍ୟବହାର କରିବା ଦ୍ୱାରା କେଶ ମୂଳ ମଜଭୂତ ହୋଇଥାଏ। କେଶର ଚମକ ମଧ୍ୟ ବୃଦ୍ଧି ପାଇଥାଏ।
– ଲଗାତାର ୧୫ ଦିନ କେଶ ମୂଳରେ ଦେଶୀ ଘିଅ ମାଲିସ କରିବା ଦ୍ୱାରା ଦୁଇ ମୁହଁ ବିଶିଷ୍ଟ କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Comments are closed.