ଡେରାଶ ହ୍ରଦରେ ଚାଲିବ ପାୱାରବୋଟ୍‌

ଚନ୍ଦକା: ଚନ୍ଦକା ଅଭୟାରଣ୍ୟର ଡେରାଶକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ନୂଆବର୍ଷ ଅବସରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମସୁଧା ହୋଇଛି। ଅଭୟାରଣ୍ୟ ଭିତରେ ଥିବା ଡେରାଶ ବନ୍ଧର ଜଳଭଣ୍ଡାରରେ ବୁଲିବା ପାଇଁ ପାୱାରବୋଟ ଆସିବ। ସେଥିପାଇଁ ୪ଟି ପାୱାର ବୋଟ ଆସିବା ପାଇଁ ଟେଣ୍ଡର ହୋଇଛି। ସମ୍ଭବତଃ ନୂଆବର୍ଷ ଅବସରରେ ପାୱାରବୋଟ ଆସିବାକୁ ଚୂଡ଼ାନ୍ତ ହୋଇଛି। ଏହି ପାୱାର ବୋଟରେ ଡେରାଶ ହ୍ରଦରେ ପର୍ଯ୍ୟଟକମାନେ ବୁଲି ପ୍ରାକୃତିକ ଶୋଭାରାଜିକୁ ଦେଖିପାରିବେ। ଫଳରେ ଅଧିକ ପର୍ଯ୍ୟଯକ ଡେରାଶ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାଯାଇଛି।

ବଡଦିନ ଓ ନୂଆବର୍ଷ ପାଇଁ ଡେରାଶ ଓ ଗୋଡିବାରୀ ପାଇଁ ସେଭଳି କିଛି ନୂତନ ପ୍ରସ୍ତାବ ନଥିଲେ ସୁଦ୍ଧା ଏହି ଯୋଜନା ଅଧିକ ଆକର୍ଷଣୀୟ ହେବ। କୋଭିଡ ଗାଇଡଲାଇନ ଅନୁଯାୟୀ ବର୍ତ୍ତମାନ ଡେରାଶ କିମ୍ବା ଗୋଡିବାରୀରେ ଭୋଜି ହୋଇପାରିବ ନାହିଁ। ଆସନ୍ତା ବଡଦିନ ପୂର୍ବରୁ ସରକାରୀ ନିର୍ଦେଶନାମାକୁ କରାଯାଇଛି।

Comments are closed.