ତୀବ୍ର-ଅବପାତର ରୂପ ନେଲା ଅମ୍ଫନ : ୧୮ରେ ପ୍ରବଳ ସାମୁଦ୍ରିକ ଝଡର ରୂପ ନେବ

ନୂଆଦିଲ୍ଲୀ :  ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ  ଅଞ୍ଚଳରେ ଥିବା ଅବପାତ, ତୀବ୍ର-ଅବପାତର ରୂପ ନେଇସାରିଛି। ଏହା ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୧୦୪୦ କିମି ଦୂରତାରେ ରହିଛି। ଶେଷ ୬ ଘଣ୍ଟାରେ ଏହି ଅବପାତ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଛି। ଶନିବାର  ସନ୍ଧ୍ୟା ସୁଧା ଏହି ତୀବ୍ର -ଅବପାତ  ଘନୀଭୂତ ହୋଇ ସାମୁଦ୍ରିକ ଝଡର ରୂପ ନେବ। ଏହାର  ୨୪ ଘଣ୍ଟା ପରେ ତୀବ୍ର-ସାମୁଦ୍ରିକ ଝଡ଼ ଏବଂ ୧୮ ତାରିଖ ସକାଳ ବେଳା  ଅତି-ତୀବ୍ର- ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି।

Comments are closed.