ଦ୍ୱି’ ଦିବସୀୟ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ଦେବଗଡ଼: ତିଲେଇବଣି ବ୍ଲକ ବଡଛାପଲ ଗ୍ରାମ ପଂଚାୟତର ନୂଆଁ ଗାଙ୍ଗନଣ ସ୍ଥିତ ପ୍ରଗତି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଗାଙ୍ଗନଣ ହାଇସ୍କୁଲ ଖେଳ ପଡ଼ିଆଠାରେ ଆଜି ଦ୍ୱି’ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ପ୍ରଗତି ସ୍ପୋର୍ଟିଂ କ୍ଲବର ସଭାପତି ବିକାଶ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଗାଙ୍ଗନଣ ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ ଯୋଗଦେଇ ଫିତାକାଟି ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗାଙ୍ଗନଣ ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ବନମାଳୀ ଖଡିରତ୍ନ ଓ ଗାଙ୍ଗନଣ ମ.ଇ. ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଦୁର୍ଯ୍ୟୋଧନ ଧଳ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଉପସ୍ତାପନ କରିଥିଲେ। ଶେଷରେ କ୍ଲବର ସମ୍ପାଦକ ମନୋଜ କୁମାର ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅ ବସର ପ୍ରାପ୍ତ ଶିକ୍ଷକ ତଥା ପ୍ରଗତି ସ୍ପୋର୍ଟିଂ କ୍ଲବର ମୂଖ୍ୟ ପୃଷ୍ଟପୋଷକ ସ୍ୱର୍ଗତଃ ପଦ୍ମନାଭ ମାଝୀଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରତିଯୋଗିତାର ପ୍ରଥମ ଦିବସରେ ଆଜି ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମ୍ୟାଚ ଗୁଡିକୁ ରେଫରୀ ଭାବେ ପ୍ରଦୀପ ବେହେରା ପରିଚାଳନା କରିଥିବା ବେଳେ ଧିରେନ୍ଦ୍ର କୁମାର ନାୟକ ଓ ମୁକୁନ୍ଦ ବେହେରା ସହଯୋଗ କରିଥିଲେ। ଭାଷ୍ୟକାର ଭାବେ ପ୍ରଫୁଲ୍ଲ ସାହୁ, ପ୍ରମୋଦ ସାହୁ, ମଦନ ମୋହନ ପ୍ରଧାନ ଓ ଉଦୟ ସାହୁ ମ୍ୟାଚ ଗୁଡିକର ଧାରା ବୀବରଣୀ ପ୍ରଦାନ କରିଥିଲେ।ଏହି ପ୍ରତିଯୋଗିତାରେ ସମ୍ବଲପୁର ଜିଲାର କୁଚିଣ୍ଡା , ସୁବର୍ଣ୍ଣପାଲି ଓ ଟିକିଲିପଡ଼ା ଫୁଟବଲ ଦଳ, ସୁନ୍ଦରଗଡ଼ ଜିଲାର ବଣାଇ, ସଇଡା ଓ ଦଲକି ଫୁଟବଲ ଦଳ ସମେତ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଏହା ଆସନ୍ତାକାଲି ଉଦଯାପିତ ହେବ।

Comments are closed.