ଗଛରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର

ଦେବଗଡ଼ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ମହୁଳ ଗଛରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ଜନିତ କାରଣରୁ ଉଭୟ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ରଶି ଲଗାଇ ଯୁବକଯୁବତୀ ଆତ୍ମହତ୍ୟା କରିଥିବା ସକାଳ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ ଯୁବକ ଆଉଁଳି ଗ୍ରାମର ଆଲୋକ ବେହେରା ହୋଇଥିବା ବେଳେ ଯୁବତୀ ଜଣକ ଅନୁଗୁଳ ଜିଲ୍ଲାର ହୋଇଥିବା ଜଣାପଡିଛି । ମାତ୍ର କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଖବର ପାଇ କୁଣ୍ଢେଇଗୋଳା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Comments are closed.