MEllora 950×100

ଦେଓଗାଁ ବ୍ଲକରେ ଥମୁନି ହାତୀ ଉପଦ୍ରବ; ଚାଷ ଉଜାଡ଼ିବା ପରେ ଭାଙ୍ଗିଲେ ଘର

ଜୀବନ ବଞ୍ଚାଇବା ପାଇଁ ଘର ଛାଡ଼ିବାକୁ ଯୋଜନା

ଦେଓଗାଁ: ହାତୀ ଭୟରେ ଚାଷୀ ଲହୁ ଲୁହାଣ। ରାତିରେ ଅନିଦ୍ରା ହୋଇ ଚାଷୀ ଜଙ୍ଗଲ ବିଭାଗର କର୍ମଚାରୀ ସହ ହାତୀ ତଡିଲେ। ବଣୁଆଁ ହାତୀ ଚାଷ ଜମୀକୁ ନଷ୍ଟ କରି ଦେଉଥିବା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କାମରେ କିଛି ଆସିଲା ନାହିଁ। ଗୁରୁବାର ଉଡାର ପଞ୍ଚାୟତ ପଦମପୁର ଗାଁର ମହେଶ୍ବର ସାଗର ଦେଓଗାଁ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ଗତ ରାତିରେ ୪ଟା ସମୟରେ ୧୪ ପଟ ହାତୀ ଗାଁ ମୁହାଁ ହୋଇଥିଲେ। ୧୩ ପଟ ହାତୀ ଘର ଅତି ନିକଟରେ ଥିବା ତଙ୍କ ଚାଷ ଜମିରେ ଧାନ ଖାଉଥିବା ବେଳେ ଗୋଟିଏ ଦନ୍ତା ହାତୀ ଘରକୁ ଆକ୍ରମଣ କରିଥିଲା। ଗୁରୁବାର ଯୋଗୁ ରାତିରୁ ଉଠିଥିବାରୁ ବଞ୍ଚିଗଲେ ନଚେତ ତାଙ୍କ ସ୍ତ୍ରୀ ସହ ଦୁଇ ପୁଅ ଝିଅଙ୍କୁ ହାତୀ ମାରି ଦେଇଥା’ନ୍ତା ବୋଲି କହିଛନ୍ତି। ହାତୀ ଘର ମୁହାଁ ହେବାର ଅନ୍ୟ କାରଣ ହାତୀକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ କେବଳ ପଦମପୁର ନୁହେଁ ଆଖ ପାଖ ଗାଁ ଯଥା ରେଙ୍ଗାଲି, ଫଟାମୁଣ୍ଡା, ଉପରଝର, ବ୍ରାହ୍ମଣୀପାଲି ପ୍ରଭୃତି ଗାଁରେ ବିଦ୍ୟୁତ କାଟ କରାଯାଇଛି। ଅନ୍ଧାରର ସୁଯୋଗ ନେଇ ହାତୀ ଗାଁ ମୁହାଁ ହୋଇଥିବା ମହେଶ୍ବର କହିଛନ୍ତି। ଅନ୍ୟ ପକ୍ଷରେ ହାତୀ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ଡ଼ୁଙ୍ଗରୀରେ ତାର ବାଡ଼ ଦେଇ ସୋଲାର ବିଦ୍ୟୁତ ସଂଯୋଗ କରାଯାଇଛି ଯାହା ଦ୍ବାରା ହାତୀମାନେ ଭୟଭୀତ ହୋଇ ପଲାଇବେ ବୋଲି ଆଶା କରାଯାଉଥିବା ବେଳେ ଏହି ବ୍ୟବସ୍ତାକୁ ହାତୀପଳ ଭୟ କରୁ ନାହାନ୍ତି। ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ଯୋଜନା ଫେଲ ମାରୁଛି ବୋଲି ଜଣାପଡ଼ିଛି। ଯଦି ହାତୀ ଉପଦ୍ରବ ନିୟନ୍ତ୍ରଣ ହୋଇ ନ ପାରିବ ତାହା ହେଲେ ବାଧ୍ୟ ହୋଇ ପ୍ରାଣ ବଞ୍ଚାଇବା ବିକଳରେ ଭିଟାମାଟି ଛାଡିବେ ବୋଲି ପଦମପୁର ଗାଁର ଲୋକମାନେ କହୁଛନ୍ତି। ତେଣୁ ଚାଷ ଜମୀକୁ ନଷ୍ଟ ସହ ଘର ଭାଙ୍ଗି ଦେଇଥିବା ତଦନ୍ତ କରି ଘର ଯୋଗାଇ ଦେବାକୁ ଦାବୀ କରିଛନ୍ତି।

ସୂଚନାଯୋଗ୍ୟ ଯେ, ହାତୀ ଉପଦ୍ରବ ଯୋଗୁଁ ଦେଓଗାଁ ବ୍ଳକର ବିଭିନ୍ନ ଗାଁ‌ର ଚାଷୀମାନେ ଅତିଷ୍ଟ ହୋଇପଡୁଛନ୍ତି। ବର୍ଷକ ଖାଇବା ପାଇଁ କରିଥିବା ଧାନ ଚାଷକୁ ହାତୀ ନଷ୍ଟ କରିଦେଉଥିବାରୁ ବାରମ୍ବାର ଜଙ୍ଗଳ ବିଭାଗ କର୍ମଚାରୀମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ ଠିକ ଭାବେ ସହଯୋଗ କରି ପାରୁନାହାନ୍ତି। ଉତ୍ପାଦିତ ଧାନକୁ ନଷ୍ଟ କରିବା ଯୋଗୁଁ ବହୁବାର ପ୍ରଶାସନ ପାଖେ କ୍ଷତିପୂରଣ ପାଇଁ ଦାବୀ କରୁଥିଲେ ମଧ୍ୟ ସମୁଦ୍ରକୁ ଶଙ୍ଖେ ପରି ସହାୟତା ମିଳୁଛି। ଅନ୍ୟ ପକ୍ଷରେ ହାତୀକୁ ମୃତ୍ୟୁମୁଖରୁ ବଞ୍ଚାଇବା ପାଇଁ ବିଦ୍ୟୁତ କାଟ ହେଉଥିବାରୁ କିଛି ଗାଁ ମଧ୍ୟ ଅନ୍ଧାରରେ ରହୁଛନ୍ତି।

Comments are closed.