କଚାଡ଼ି ଦେଲା ଦନ୍ତା; ଅଳ୍ପକେ ବର୍ତ୍ତିଲେ ବ୍ୟକ୍ତି

ଦେବଗଡ଼: ଦନ୍ତା ହାତୀ କବଳରୁ ଅଳ୍ପକେ ବର୍ତ୍ତିଲେ ଜଣେ ବ୍ୟକ୍ତି । ଦେବଗଡ ବନଖଣ୍ଡ କାଳକାଠ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଯୁଗଳ କିଶୋର ସୁନ୍ଦେଲ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ଛାତି ଏବଂ ଡାହାଣ ଗୋଡରେ ଗୁରୁତର ଆଘାତ ଲାଗିଛି । ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଦନ୍ତା ହାତୀଟି କାଳକାଠ ଗାଁ ଭିତରକୁ ପଶି ଆସିଥିଲା । ମାତ୍ର ଯୁଗଳ ଜାଣିନପାରି ଘର ବାହାରକୁ ଆସିଥିବା ବେଳେ ଦନ୍ତା ହାତୀଟି ତାଙ୍କୁ ତଳେ କଚାଡି ଦେଇଥିଲା । ଗାଁର ଅନ୍ୟଲୋକ ମାନେ ହାତୀଟିକୁ ଘଉଡାଇବାରୁ ଯୁଗଳ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ରାତି ପ୍ରାୟ ୩ଟା ସମୟରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । କିନ୍ତୁ ଡାକ୍ତର ନଥିବାରୁ ଚିକିତ୍ସା ମଧ୍ୟ ହୋଇ ପାରିନଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଗାଁ ଭିତରେ ପଶି ହାତୀ ବହୁ ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେଇଛି । ବନବିଭାଗ କର୍ମଚାରୀଙ୍କୁ ଫୋନ କରିଥିଲେ ସୁଦ୍ଧା ଘଟଣାସ୍ଥଳକୁ କେହି ଆସିନଥିବା ଅଭିଯୋଗ ହେଉଛି । ବିଳମ୍ବିତ ରାତିରେ ଦନ୍ତା ହାତୀ ଉପଦ୍ରବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

Comments are closed.