ରାସ୍ତା କାମରେ ଅନିୟମିତତା ଅଭିଯୋଗ

ଦେଓଗାଁ: ବ୍ଳକ କାର୍ୟ୍ୟାଳୟ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଏକ ପଞ୍ଚାୟତ ରାସ୍ତାକୁ ମରାମତି କରିବା ପାଇଁ ଲକ୍ଷାଧିକ ଟଙ୍କା ଆସିଛି। ହେଲେ ଏହି ରାସ୍ତା ମରାମତିରେ ଅନିୟମିତତା ହୋଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କାିଛନ୍ତି। ଦେଓଗାଁ ବ୍ଳକ ଜରାସିଂହା ପଞ୍ଚାୟତର ଚନ୍ଦ୍ରପୁର ଠାରୁ ଜରା ସିଂହା ପର୍ୟ୍ୟନ୍ତ ମେଟାଲିଂ କରି ମୁରୁମରେ ରାସ୍ତା ମରାମତି ପାଇଁ ସାଢ଼େ ସାତ ଲକ୍ଷ ଟଙ୍କା ଆସିଛି। ପଞ୍ଚାୟତ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାମ ନେଇ ଥିବା ଠିକାଦାର ଜଣକ କାମ ଆରମ୍ଭ କରି ଏଥିରେ କ୍ରସର ମେଟାଲ ବଦଳରେ ହାତ ପିଟା ମେଟାଲ ବ୍ୟବହାର କରିଛନ୍ତି। ଏଥିନେଇ ଚନ୍ଦ୍ରପୁର ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସରପଞ୍ଚ କୁଶମଣି ମେହେର ଏ ସମ୍ପକ୍ରରେ କିଛି ଜାଣି ନ ଥିବା ସଫେଇ ଦେଇଛନ୍ତି। ତେବେ ରାସ୍ତା ମରାମତି କାମ ଠିକ ଭାବେ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Comments are closed.