ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ବନ୍ଦ ହେବାପରେ ସୋମବାର ସକାଳୁ କଟକ, ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳ ସମେତ ବଲାଙ୍ଗିର, ଭବାନିପାଟଣା, ପୁରୀ, ପାରାଦ୍ୱୀପ ଆଦି ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ବଲାଙ୍ଗିରରେ ଦୃଶ୍ୟମାନା ଦୂରତା ୧୦୦ ମିଟର, ଭୁବନେଶ୍ୱରରେ ୨୦୦ ମିଟର, ମାଲକାନଗିରି ୨୦୦ ମିଟର, ପୁରୀ ୬୦୦ ମିଟର ଏବଂ ପାରାଦ୍ୱୀପରେ ଦୃଶ୍ୟମାନ ଦୂରତା ସୋମବାର ସକାଳେ ୮୦୦ ମିଟର ଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।  ଇତିମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତା ୧୮ ଓ ୧୯ ତାରିଖ ଦୁଇଦିନ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ରାଜ୍ୟର ୧୨ଟି ଜିଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments are closed.