ଆଦିବାସୀ ଜମି ଜବର ଦଖଲକୁ ଉଚ୍ଛେଦ ଦାବି, ତହସିଲ ଅଫିସ ସମ୍ମୁଖରେ କନ୍ଧସମାଜର ଧାରଣା

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲା ଯୁବ ସଂଗଠନ କନ୍ଧ ସମାଜ ତୁରେକେଲା ଶାଖାଦ୍ୱାର ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ଦିନିକିଆ ଧାରଣା ଦିଆଯାଇଥିଲା। ଆଦିବାସୀ ଜମିକୁ ଅଣଆଦିବାସୀମାନଙ୍କ ଜମି ଜବର ଦଖଲକୁ ଉଚ୍ଛେଦ ଦାବିକୁ ନେଇ ଏହି ଧାରଣା ଦିଆଯାଇଥିବା ଜିଲ୍ଲା କନ୍ଧ ସମାଜର ଯୁବ ସଂଗଠନର ସଭାପତି ସୁରେଶ ଭୋଇ ସୂଚନା ଦେଇଛନ୍ତି। କନ୍ଧ ସମାଜ ତରଫରୁ ତିନି ଦଫା ଦାବିକୁ ନେଇ ଧାରଣା ଦେଇଥିଲେ। ସର୍ଗିଗୁଡା ଗାଁର ମୋତି ଭୋଇଙ୍କ ଜମିକୁ ଅଣଆଦିବାସୀମାନେ ଜୋରଜବରଦସ୍ତ କବଜା କରି ପକ୍କାଘର ନିର୍ମାଣ କରୁଛନ୍ତି।

 

ଏହି ନିର୍ମାଣ ପ୍ରକ୍ରିୟାକୁ ବନ୍ଦ କରିବା ତହସିଲ ଅଫିସ ଅଧିନରେ ରହିଛି। ସେହିପରି ବିଭିନ୍ନ ଗାଁର ଆଦିବାସୀ ଜମିକୁ ଅଣଆଦିବାସୀ ମାନେ ଜବର ଦଖଲ କରୁଛନ୍ତି। ଏହି ଜମିକୁ ଅଣଆଦିବାସୀ ମୁକ୍ତ ଓ ଜଙ୍ଗଲ ଜମି ଆଦିବାସୀମାନଙ୍କୁ ପଟ୍ଟା ପ୍ରଦାନ କରିବା ଦାବି କରାଯାଇଛି। ତହସିଲଦାର ଅଶୋକ କୁମାର ମାଝୀଙ୍କ ଜରିଆରିରେ ପଶ୍ଚିମାଞ୍ଚଳ ରାଜସ୍ୱ କମିଶନରଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଧାରଣାରତ ଆଦିବାସୀମାନେ ପ୍ରଦାନ କରିଥିଲେ। ଏହି ଧାରଣାରେ ଜିଲା ଉପସଭାପତି ଧନେଶ୍ୱର ମାଝୀ, ସଂପାଦକ ଡିଙ୍ଗର ଭୋଇ, ତୁରେକେଲା ବ୍ଲକ ସଭାପତି ଜୟଗୋପାଳ ଭୋଇ,ସଂପାଦକ ମୋତିରାମ ଭୋଇ, ସଇଁତଳା ବ୍ଲକ ଉପସଭାପତି ରାଜେନ୍ଦ୍ର ଭୋଇ, ସଂପାଦକ ଖୁସିରାମ ଜାନି, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜସିଂ ଭୋଇ, ସଂପାଦକ ସନ୍ୟସୀ ଭୋଇ ପ୍ରମୁଖ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଧାରଣାରେ ସାମିଲ ଥିଲେ।

Comments are closed.