MEllora 950×100

ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗୁଜ୍ଜରଙ୍କ ଦାବି

ଭାରତ ଯୋଡ଼ ଯାତ୍ରା ଭଣ୍ଡୁର ଧମକ

ଜୟପୁର : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ପାଇଁ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି । ରାଜସ୍ଥାନ ଗୁଜ୍ଜର ସମ୍ପ୍ରଦାୟର ଲୋକେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି କଂଗ୍ରେସ ଉପରେ ଚାପ ପକାଇଛନ୍ତି। ଗୁଜ୍ଜର ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ବିଜୟ ସିଂହ ବଂଶଲା କହିଛନ୍ତି ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରା ନଗଲେ ଭାରତ ଯୋଡ଼ ଯାତ୍ରାକୁ ଅଟକାଯିବ। ଡିସେମ୍ବର ୩ରେ ଭାରତ ଯୋଡୋ ଯାତ୍ରା ରାଜସ୍ଥାନ ପ୍ରଦେଶରେ ପ୍ରବେଶ କରିବ। ଏହା ପୂର୍ବରୁ ରାହୁଲ ଯଦି ସଚିନଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରିଥିବେ ତେବେ ତାଙ୍କ ଭାରତ ଯୋଡ଼ ଯାତ୍ରାକୁ ରାଜସ୍ଥାନରେ ସ୍ବାଗତ କରାଯିବ। ଅନ୍ୟଥା ଏହି ଯାତ୍ରାକୁ ବିରୋଧ କରାଯିବ ବୋଲି ବିଜୟ ସିଂହ କହିଛନ୍ତି। ଗୁଜ୍ଜର ଆରକ୍ଷଣ ସଂଘର୍ଷ ସମିତିର ନେତା ବିଜୟ ସିଂହ କହିଛନ୍ତି ଯେ ରାଜସ୍ଥାନର କଂଗ୍ରେସ ସରକାର ୪ବର୍ଷ କାର୍ଯ୍ୟକାଳ ଶେଷ କରିଛି। ସରକାରର ଅବଧି ଆଉ ଏକବର୍ଷ ରହିଛି । ଏବେ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ଯଦ୍ବାରା ଗୁଜ୍ଜର ସଂପ୍ରଦାୟର ସମସ୍ତ ଦାବି ପୂରଣ ହୋଇପାରିବ। ୨୦୧୮ରେ କଂ​‌େ​‌ଗ୍ରସକୁ କ୍ଷମତାସୀନ କରାଇବା ପଛରେ ଗୁଜ୍ଜର ସମ୍ପ୍ରଦାୟର ବଡ ଭୂମିକା ରହିଥିଲା। ମାତ୍ର ଦଳ କ୍ଷମତାକୁ ଆସିବା ପରେ ଏହା ଗୁଜ୍ଜରଙ୍କ ଦାବିକୁ ଉପେକ୍ଷା କରିଚାଲିଛି। ବିଜୟ ସିଂହଙ୍କ ଏପରି ଧମକ ଉପରେ ଜବାବ ଦେଇ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଦେତାସ୍ରା କହିଛନ୍ତି ଯେ ଭାରତ ଯୋଡ଼ ଯାତ୍ରାକୁ ରୋକିବା ଲାଗି କାହାର ସାହସ ନାହିଁ। ଭାରତ ଯୋଡ଼ ଯାତ୍ରା ଡିସେମ୍ବର ୩ରୁ ଆରମ୍ଭ ହୋଇ ୨୦ଦିନ ସମଗ୍ର ରାଜ୍ୟକୁ ପରିବ୍ୟାପ୍ତ ହେବ। ଭାରତ ଯୋଡ଼ ଯାତ୍ରାକୁ ରୋକିବାକୁ ଗୁଜ୍ଜରମାନେ ଦେଇଥିବା ଧମକରୁ ସଚିନ ପାଇଲଟ ନିଜକୁ ଦୂରେଇ ରଖିଛନ୍ତି। ସଚିନ କହିଛନ୍ତି ଯେ ଗୁଜ୍ଜରଙ୍କ ଧମକ ସତ୍ତ୍ବେ ଭାରତ ଯୋଡ଼ ଯାତ୍ରା ରାଜସ୍ଥାନରେ ସଫଳ ହେବ। ସେ କହିଛନ୍ତି ଯେ ଯାତ୍ରାକୁ ଭଣ୍ଡୁର କରିବା ଲାଗି ବିଜେପି ଷଡଯନ୍ତ୍ର କରିଛି। ତେବେ ବିଜେପିର ଷଡଯନ୍ତ୍ର କେବେହେଲେ ସଫଳ ହେବ ନାହିଁ।

Comments are closed.