ରାଜଧାନୀରେ ଆତଙ୍କ: ବିରିଆନୀ ’ଡ଼େଲିଭରି ବୟ’ କରୋନା ସଂକ୍ରମିତ

ଭୁବନେଶ୍ବର: ଲକ୍ଡ଼ାଉନରେ ଘର ରନ୍ଧା ଖାଇଖାଇ ପାଟି ଅରୁଚି ମାରିବାକୁ ବିରିଆନି ମଗାଇ ଖାଇଥିବା କିଛି ଲୋକ ଏବେ ବଡ଼ ଚିନ୍ତାରେ । ପଟିଆରେ ଥିବ। ଏକ ବିରିୟ।ନି ବିକ୍ରି କରୁଥିବ। ସଂସ୍ଥ।ରେ କ।ମ କରୁଥିବା ଜଣେ ଯୁବକ କରୋନା ସଂକ୍ରମିତ ବୋଲି ସୂଚନା ମିଳିବା ପରେ ଏବେ ଏହି ଯୁବକ ଯେଉଁ ଯେଉଁ ବ୍ୟକ୍ତିମାନଙ୍କ ଘରେ ବିରିଆନି ଡ଼େଲିଭରୀ କରିଥିଲେ ସେମାନଙ୍କୁ ଚିହ୍ନଟ ପାଇଁ ଏବେ ପ୍ରଶାସନ ଆରମ୍ଭ କରିଛି ଉଦ୍ୟମ । ବିରିଆନି ବିକ୍ରି କରୁଥିବା ସଂସ୍ଥା ଓ ସେଠରେ କାମ କରୁଥିବା ସମସ୍ତଙ୍କର ଠିକଣା ଖୋଜା ଚାଲିଛି । ସେମାନେ ପୁଣି କାହା କାହା ସମ୍ପର୍କରେ ଆସିଛନ୍ତି ତାହାର ଅନୁସନ୍ଧାନ ଆରମ୍ଭ ହୋଇଛି । ପୂର୍ବରୁ ସେ ସୂର୍ଯ୍ୟନଗର ଅଞ୍ଚଳରେ ଖାଦ୍ୟ ଡେଲିଭରି କରୁଥିଲେ । ତାଙ୍କୁ ଥଣ୍ଡା,କାଶ ଭଳି ଲକ୍ଷଣ ଦେଖାଦେଇଥିଲା । ଏହାପରେ ତାଙ୍କର ସ୍ବାବ୍ ଟେଷ୍ଟ କରାଯିବାରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

କରୋନ। ପଜିଟିଭ୍ ବ।ହ।ରିବ। ପରେ ତ।ଙ୍କୁ ତୁରନ୍ତ ଏକାନ୍ତବାସରେ ରଖାଯାଇଛି । ସ୍ବ।ସ୍ଥ୍ୟ ବିଭ।ଗର ଟିମ୍ ଓ ପୁଲିସ ଡେଲିଭରି ବୟଙ୍କ ପରିବ।ରର ଅନ୍ୟ ସଦସ୍ୟମ।ନଙ୍କର ସ୍ବ।ବ୍ ସଂଗ୍ରହ କରିଛନ୍ତି । ବିରିୟ।ନି ଡେଲିଭରି ବୟ କରୋନ। ଆକ୍ର।ନ୍ତ ଜଣ।ପଡ଼ିବ। ପରେ ଚିନ୍ତ। ଆହୁରି ବଢ଼ି ଯ।ଇଛି। ସେ କେଉଁଠି କେଉଁଠି ବିରିୟ।ନି ଡେଲିଭରି କରିଛନ୍ତି, କେଉଁଠି କେଉଁଠିକି ଯ।ଇଛନ୍ତି ସେ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି । ପଟିଆରେ କାମ କରୁଥିବା ଏହି ଯୁବକ ମଞ୍ଚେଶ୍ବର ନିକଟବର୍ତୀ ଚକେଇସିଆଣିରେ ଭଡ଼ାରେ ରହୁଥିଲେ । ଗତ କିଛିଦିନ ତଳେ ତ।ଙ୍କ ଶରୀରରେ ଥଣ୍ଡ।, କ।ଶ ଭଳି କିଛି ଲକ୍ଷଣ ଦେଖ। ଦେଇଥିଲ।। ଏ ନେଇ ସେ ଟୋଲ୍ ଫ୍ରି ନମ୍ବର ୧୦୪କୁ ଫୋନ୍ କରି ଜଣ।ଇଥିଲେ। ଏହ। ପରେ ସମ୍ପୃକ୍ତ ଡେଲିଭରି ବୟଙ୍କର ସ୍ବ।ବ୍ ଟେଷ୍ଟ କର। ଯ।ଇଥିଲ।। ଆଜି ପଜିଟିଭ୍ ଆସିବ। ପରେ ତ।ଙ୍କୁ ତୁରନ୍ତ ଆଇସୋଲେସନରେ ଭର୍ତ୍ତି କର।ଯ।ଇଛି। ସୂର୍ଯ୍ୟନଗର ଅଞ୍ଚଳରେ ବିରିୟ।ନି ଡେଲିଭରି କରୁଥିବ।ରୁ ସମ୍ପୃକ୍ତ ବ୍ୟକ୍ତି ସେଠ।ରୁ କରୋନ। ସଂକ୍ରମିତ ହୋଇଥ।ଇ ପ।ରନ୍ତି ବୋଲି ଅନୁମ।ନ କର।ଯ।ଉଛି।

Comments are closed.