ଜେଏନୟୁ ଆକ୍ରମଣ: ମୁହଁ ଖୋଲିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଜେଏନୟୁ ଆକ୍ରମଣ ଘଟଣାରେ ଦିଲ୍ଲୀ ପୁଲିସ ମୁଖପାତ୍ର ଏମ.ଏସ. ରାନ୍ଧୱା ସୋମବାର ସନ୍ଧ୍ୟାରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜେଏନୟୁ ଛାତ୍ରସଂଘ ଉପରେ ଆକ୍ରମଣ ଘଟଣାରେ ଦିଲ୍ଲୀ ପୁଲିସକୁ ତଥ୍ୟ ମିଳିଛି ଓ ସେହି ତଥ୍ୟ ଆଧାରରେ ତଦନ୍ତ କରାଯାଉଛି। ଦିଲ୍ଲୀ ପୁଲିସର ଯୁଗ୍ମ ପୁଲିସ ଆୟୁକ୍ତ ଶାଳିନୀ ସିଂହଙ୍କ ଅଧୀନରେ ଏକ କମିଟି ଗଠନ କରାଯାଇଛି ଏବଂ ସେ ଏହି ଘଟଣାର ତଦନ୍ତ କରିବେ। ତଦନ୍ତ ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

ରାନ୍ଧୱା ବିସ୍ତୃତ ଭାବେ ସୂଚନା ଦେଇ କହିଛନ୍ତି, ଜେଏନୟୁର ପ୍ରଶାସନିକ ବ୍ଲକରେ ପୁଲିସ ମୁତୟନ କରାଯାଇଥିଲା ଏବଂ ଘଟଣା ଘଟିବା ସ୍ଥାନ ସେହି ସ୍ଥାନ ଠାରୁ ଦୂରରେ ଥିଲା। ସନ୍ଧ୍ୟା ୭.୧୫ ମିନିଟରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପୁଲିସକୁ ଅନୁରୋଧ କରିବା ପରେ ପୁଲିସ ବିଶ୍ଵବିଦ୍ୟଳୟ ମଧ୍ୟକୁ ପ୍ରବେଶ କରିଥିଲା ଓ ଫ୍ଲାଗମାର୍ଚ୍ଚ କରିଥିଲା। ସେ କହିଛନ୍ତି, ଏହି ଘଟଣାର ତଦନ୍ତ ଜାରି ରହିଛି। ପୁଲିସ ପକ୍ଷରୁ ମାମଲା ରୁଜ୍ଜୁ କରାଯାଇ ଥିବା ବେଳେ ଆହତ ସମସ୍ତ ୩୪ ଜଣଙ୍କୁ ହସପିଟାଲରୁ ମୁକ୍ତ କରିଦିଆଯାଇଥିବା ଦିଲ୍ଲୀ ପୁଲିସ ମୁଖପାତ୍ର ଏମ.ଏସ. ରାନ୍ଧୱା କହିଛନ୍ତି।

Comments are closed.