ଟଳିଲା ଅଘଟଣ ; ଦିଲ୍ଲୀର ହସ୍ପିଟାଲରେ ଅଗ୍ନିକାଣ୍ଡ, ତୁରନ୍ତ କାବୁ ହେଲା ନିଆଁ

ନୂଆଦିଲ୍ଲୀ : ଦିଲ୍ଲୀର ସଫଦରଗଞ୍ଜରେ ଏକ ହସ୍ପିଟାଲରେ ଆଜି ୮ଟା୪୫ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇବା ମାତ୍ରେ ଦମକଳ କର୍ମଚାରୀ ନିଆଁ ଲିଭାଇବା ପାଇଁ ସେଠାରେ ପହଞ୍ଚିଥିଲେ।
ସୂଚନା ଯୋଗ୍ୟ, ସଫଦରଗଞ୍ଜରେ ଏକ ହସ୍ପିଟାଲରେ ନିଆଁ ଲାଗିବା ମାତ୍ରେ ଏହା ବ୍ୟାପିବା ପୂର୍ବରୁ ହସ୍ପିଟାଲ କର୍ମଚାରୀ ଦମକଳ କର୍ମଚାରୀ ପହଞ୍ଚିବା ପୂର୍ବରୁ ନିଆଁ ଲିଭାଇ ଦେଇଥିଲେ। ଦମକଳ କର୍ମଚାରୀଙ୍କ କହିବାନୁସାରେ ଏକ ଷ୍ଟେବଲାଇଜରୁ ନିଆଁ ଲାଗିଥିଲା। କୌଣସି ଅଘଟଣ ପୂର୍ବରୁ ନିଆଁକୁ କାବୁ କରାଯାଇଥିଲା। ଏଥିରେ କୌଣସି ଜୀବନହାନୀ ହୋଇ ନାହିଁ। ଏହାସହ କ୍ଷୟକ୍ଷତି ଘଟି ନାହିଁ।

Comments are closed.