ଦିଲ୍ଲୀ ଢ଼ାଞ୍ଚାରେ ଜମ୍ମୁ ଓ କଶ୍ମୀର ଶାସନ ବ୍ୟବସ୍ଥା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବର୍ଷକ ପୂର୍ବେ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଢ଼ାଞ୍ଚାରେ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଏହି ଅନୁସାରେ ଅପେକ୍ଷା ଉପରାଜ୍ୟପାଳଙ୍କ ହାତରେ ଅଧିକ କ୍ଷମତା ନ୍ୟସ୍ତ ହେବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପୁଲିସ, ଆଇନଶୃଙ୍ଖଳା, ସର୍ବଭାରତୀୟ ସେବା ଇତ୍ୟାଦି ଉପରାଜ୍ୟପାଳଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ। ଉପରାଜ୍ୟପାଳ ମୁଖ୍ୟ ସଚିବଙ୍କ ମାଧ୍ୟମରେ ଯେ କୌଣସି ପ୍ରଶାସନିକ ନିର୍ଦେଶ କାର୍ଯ୍ୟକାରୀ କରିପାରିବେ ଓ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅବଗତ ନିମନ୍ତ ପଠାଇବେ। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଅଧିକାରୀ ଓ ବିଧାୟକଙ୍କ ଦାୟିତ୍ବ ତଥା କର୍ତ୍ତବ୍ୟକୁ ଏଥିରେ ପୃଥକ୍ କରାଯାଇଛି।

Comments are closed.