ଏମ୍‌ସ ନର୍ସଙ୍କୁ ଧର୍ମଘଟରୁ ନିବୃତ୍ତ କଲେ ହାଇକୋର୍ଟ

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍‌ସ) ଦିଲ୍ଲୀର ନର୍ସମାନେ ଚଳାଇ ଆସିଥିବା ଧର୍ମଘଟକୁ ଦିଲ୍ଲୀ ହାଇକୋର୍ଟ ଅବୈଧ ଘୋଷଣା କରିବା ସହିତ ଏହାକୁ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ହାଇକୋର୍ଟ ବିଚାରପତି ନବୀନ ଚାୱଲା ଉପରୋକ୍ତ ନିର୍ଦେଶ ଦେଇଚନ୍ତି। ହାଇକୋର୍ଟ କହିଛନ୍ତି କରୋନା ମହାମାରୀ ସମୟରେ ନର୍ସମାନେ ଧର୍ମଘଟ କରିପାରିବେ ନାହିଁ।

ଅନ୍ୟପଟେ ଏମ୍ସ ପ୍ରଶାସନ କହିଛନ୍ତି ଯେ ନର୍ସଙ୍କ ଦାବି ଉପରେ ବିଚାର କରାଯାଉଛି। ତେବେ ନର୍ସଙ୍କ ସମସ୍ୟା ଉପରେ ଜାନୁଆରୀ ୧୮ ପୁନର୍ବାର ହାଇକୋର୍ଟ ଶୁଣାଣି କରିବେ। ସୋମବାରଠାରୁ ଏମ୍ସର ନର୍ସମାନେ ଧର୍ମଘଟ ଚଳାଇଛନ୍ତି। ଷଷ୍ଠ ବେତନ କମିସନ ଆଧାରରେ ଦରମା ଓ ଅନ୍ୟାନ୍ୟ ୨୩ଟି ଦାବି ନେଇ ୫୦୦୦ ନର୍ସ ଏହି ଧର୍ମଘଟ ଚଳାଇଛନ୍ତି।

Comments are closed.