ବେଆଇନ ଅର୍ଥ ହେରଫେର ମାମଲା : ଦିଲ୍ଲୀ ହାଇକୋର୍ଟରୁ ଶିବକୁମାରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ବେଆଇନ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ବୁଧବାର ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୫ ଲକ୍ଷର ବେଲ ବଣ୍ଡ ବଳରେ ତାଙ୍କୁ କୋର୍ଟ ଜାମିନ ଦେଇଥିବା ଜଣାପଡିଛି। ତେବେ ଅଦାଲତଙ୍କ ବିନା ଅନୁମତିରେ ଶିବକୁମାର ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।
ଶିବକୁମାରଙ୍କୁ ସେପ୍ଟେମ୍ବର ୩(ମଙ୍ଗଳବାର)ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିଲା। ତାଙ୍କୁ ଦିଲ୍ଲୀର ତିହାର ଜେଲର ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା। ହାୱାଲା କାରବାର ଓ ଟିକସ ଫାଙ୍କି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶିବକୁମାରଙ୍କ ନାଁରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା।

Comments are closed.