ଦିଲ୍ଲୀରେ ଆଜି ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ୨ ଦିନ ମଧ୍ୟରେ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କେଜ୍ରିୱାଲ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ଏଠାରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲରେ ଶଯ୍ୟାର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏପରି ସ୍ଥଳେ କରୋନାର ମୁକାବିଲା ପାଇଁ କେଜ୍ରିୱାଲ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ସପ୍ତାହନ୍ତ ଲକଡାଉନ ଭଳି ଦିଲ୍ଲୀରେ ୬ ଦିନିଆ ଲକଡାଉନ ଲାଗୁ କରାଯାଇଛି। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

କେଜ୍ରିୱାଲଙ୍କ ସୂଚନା ଅନୁସାରେ, ଆଜି ରାତିରୁ ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। କେଜ୍ରିୱାଲ କହିଛନ୍ତି ଯେ, ଏବେ ଦିଲ୍ଲୀରେ ଦୈନିକ ୨୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେଠାରୁ ବିଭିନ୍ନ ହସ୍ପିଟାଲରେ ବେଡ୍‌ ଅଭାବ ଦେଖାଦେଲାଣି। ଆଇସିୟୁ ବେଡ୍‌ ସରିଆସିଲାଣି। ପ୍ରତିଦିନ ଏଭଳି ସଂଖ୍ୟାରେ ରୋଗୀ ଚିହ୍ନଟ ହେଲେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିଯାଇପାରେ। ତେଣୁ କରୋନା ଚେନ୍‌ ଭାଙ୍ଗିବାକୁ ୬ ଦିନିଆ ଲକ୍‌ଡାଉନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

Comments are closed.