ଦିଲ୍ଲୀରେ ଅଗ୍ନିକାଣ୍ଡ ; ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରାଣୀ ଝାନସୀ ରୋଡ଼ରେ ଥିବା ଧାନମଣ୍ଡିରେ ରବିବାର ସକାଳେ ଘଟିଥିବା ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି। ପ୍ରଥମେ ଏଥିରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା  ଜଣାପଡ଼ିଥିଲା। ୧୪ ରୁ ଅଧିକ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା ସହ ୫୦ ଜଣରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ପରେ ମୃତ୍ୟୁସଂଖ୍ୟା ବଢ଼ି ୪୩ରେ ପହଞ୍ଚିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଟ ସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ନିଆଁ ଲିଭାଇବା କାର୍ଯ୍ୟରେ ୩୦ଟି ଦମକଳ ଗାଡ଼ି ନିୟୋଜିତ ରହିଛନ୍ତି। ନିଆଁ ଲିଭାଇବା ଜାରି ରହିଥିବା ନେଇ ସୂଚନା ମିଳିଛି।

Comments are closed.