ଓଡ଼ିଆ ଯୁବକଙ୍କୁ ଉଠାଇ ଦିଲ୍ଲୀ ଇଓଡବ୍ଲ୍ୟୁ

ଭୁବନେଶ୍ବର: ଆଜି ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ଭୁବନେଶ୍ବରରୁ ଜଣେ ଓଡ଼ିଆ ଯୁବକଙ୍କୁ ଗିରଫ କରାଯାଇଛି। ଖାରବେଳନଗର ପୁଲିସ ସହାୟତାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଉକ୍ତ ଯୁବକକୁ ଦିଲ୍ଲୀ ଇଓଡବ୍ଲ୍ୟୁ ଗିରଫ କରିଛି। ଗିରଫ କରିବା ପରେ ଉକ୍ତ ଯୁବକକୁ ଦିଲ୍ଲୀ ଇଓଡବ୍ଲ୍ୟୁ ନୂଆଦିଲ୍ଲୀ ନେଇଯାଇଛି। ୨୦୧୬ ମସିହାର ଏକ ଏନ୍‌ବିଡବ୍ଲ୍ୟୁ ବଳରେ ଗିରଫ କଲା ପୁଲିସ କରିଛି। ଉକ୍ତ ଓଡ଼ିଆ ଯୁବକଙ୍କ ବିରୋଧରେ ବଡ଼ ବଡ଼ ରାଜନେତାଙ୍କ ଦସ୍ତଖତ ଜାଲ କରି ବିଜ୍ଞାପନ ଆଦାୟ ଅଭିଯୋଗ ରହିଥିବା ଜଣାପଡ଼ିଛି।

Comments are closed.