ଦିଲ୍ଲୀ ବିଧାନସଭା ନିର୍ବାଚନ : ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଦଳ ୭୦ଟି ଆସନରୁ ୫୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଯେଉଁଥିରେ ୧୧ଜଣ ଏସସି ପ୍ରାର୍ଥୀ ରହିଥିବା ଜଣାପଡିଛି। ଏହାବ୍ୟତୀତ ଦଳ ପକ୍ଷରୁ ୪ଜଣ ମହିଳାଙ୍କୁ ଟିକଟ ଦିଆଯାଇଛି। ଏହି ପ୍ରାର୍ଥୀ ତାଲିକା ଦିଲ୍ଲୀ ବିଜପେି ଅଧ୍ୟକ୍ଷ ତଥା ସାଂସଦ ମନୋଜ ତିୱାରୀ ଜାରି କରିଛନ୍ତି। ତିମାରପୁରରୁ ସୁରେନ୍ଦ୍ର ସିଂହ ବିଟୁଙ୍କୁ ଟିକଟ ଦିଆଯାଇଥିବା ବେଳେ ରିଠାଲାରୁ ମନୀଷ ଚୌଧୁରୀ, ବବାନାରୁ ରବୀନ୍ଦ୍ର କୁମାର, ରୋହିଣୀରୁ ବିଜେନ୍ଦ୍ର ଗୁପ୍ତାଙ୍କୁ ଟିକଟ ମିଳିଛି।

ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଫେବୃୟାରୀ ୮ରେ ନିର୍ବାଚନ ହେବାକୁ ଥିବା ବେଳେ ୧୧ରେ ଫଳାଫଳ ପ୍ରକାଶ ପାଇବ।

Comments are closed.