୨୨ ଯାଏ ଏନ୍‍ଆଇଏ ହାଜତରେ ୟାସିନ୍‍ ମଲିକ

ନୂଆଦିଲ୍ଲୀ :  ଜେକେଏଲ୍‍ଏଫ୍‍ ମୁଖ୍ୟ ୟାସିନ୍‍ ମଲିକକୁ ଦିଲ୍ଲୀର ଏକ ଅଦାଲତ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏନ୍‍ଆଇଏ ହାଜତକୁ ପଠାଇଛନ୍ତି । ପୂର୍ବରୁ ଏନ୍‍ଆଇଏ ତାଙ୍କୁ ହାଜତରେ ରଖି ଜେରା କରିବା ପାଇଁ ଅନୁରୋଧ କରିଥିଲା । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନଙ୍କୁ ପାଣ୍ଠି ଯୋଗାଣ ମାମଲାରେ ମଲିକଙ୍କୁ ଜେରା କରାଯିବ।

ତାକୁ ବୁଧବାର ସ୍ୱତନ୍ତ୍ର ବିଚାରପତି ରାକେଶ ଶିଆଲ୍‍ଙ୍କ ଅଦାଲତରେ ହାଜର କରାଯାଇଥିଲା । ସେଠାରେ ଏନ୍‍ଆଇଏ ତାଙ୍କୁ ଗିରଫ କରି ୧୫ ଦିନ ପାଇଁ ନିଜ ହାଜତରେ ରଖି  ଜେରା କରିବାକୁ ଚାହିଁଥିଲା । ଏହି ମାମଳାର ରୁଦ୍ଧଦ୍ବାର ଶୁଣାଣୀ କରାଯାଇଥିଲା । ମଲିକକୁ ମଙ୍ଗଳବାର ଦିଲ୍ଲୀ ଅଣାଯାଇଥିଲା। ତିହାର୍‍ ଜେଲରେ ଥିବା ୟାସିନ୍‍ ମଲିକ୍‍କୁ ଜମ୍ମୁ- କାଶ୍ମୀର  ପୁଲିସ୍‍ ଦ୍ୱାରା ଗତ ଫେବୃୟାରୀ ମାସରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମ୍ମୁର କୋଟ୍‍ ବଲ୍‍ୱାଲ୍‍ ଜେଲ୍‍କୁ ସ୍ଥାନାନ୍ତରିତ କରାଯାଇଥିଲା ।

Comments are closed.