ରାଜଧାନୀ ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ; ନପିନ୍ଧିଲେ ଦେବାକୁ ପଡ଼ିବ ୫ଶହ ଟଙ୍କା ଜରିମାନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କୋଭିଡ୍‌ କଟକଣା । ଦିଲ୍ଲୀରେ ଲଗାତର କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ମାସ୍କ ନପିନ୍ଧିଲେ ୫ଶହ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦେଶ ଦିଆଯାଇଛି । ହେଲେ ଘରୋଇ ୪ ଚକିଆ ଯାନରେ ଯାତ୍ରା କରୁଥିଲେ ଜରିମାନା ଦେବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି । ସେପଟେ ଗତକାଲି ରାଜଧାନୀ ଦିଲ୍ଲୀରେ ୨,୧୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କରୋନାରେ ୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ବର୍ତ୍ତମାନ ରାଜଧାନୀରେ ସଂକ୍ରମଣ ହାର ୧୭.୮୩ ରହିଛି । ତାହା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୦୫କୁ ବୃଦ୍ଧି ପାଇଛି ।

Comments are closed.