ଦିଲ୍ଲୀ ବିଧାନସଭା ନିର୍ବାଚନର ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀରୁ ନିର୍ବାଚନ ଲଢ଼ିବେ କେଜରିୱାଲ

ନୂଆଦିଲ୍ଲୀ : ଚଳିତ ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି(ଆପ୍) ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି। କେଜରିୱାଲଙ୍କ ଦଳ ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚଳିତ ବର୍ଷ ନୂଆଦିଲ୍ଲୀରୁ ନିର୍ବାଚନା ଲଢିବା ନେଇ ତାଲିକାରେ ଉଲ୍ଲେଖ କରାଯାଇଛି। ସେହିଭଳି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପ୍ରତାପଗଞ୍ଜରୁ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ ହୋଇଛି।
ଏହାସିହିତ ଏଥର ୮ ଜଣ ମହିଳାଙ୍କୁ ଆମ୍‌ ଆଦମୀ ପାର୍ଟି(ଆପ୍‌) ଟିକେଟ୍‌ ଦେଇଛି ଏବଂ ୬ଟି ନୂଆ ନାମ ଏଥର ଦଳ ପକ୍ଷରୁ ଘୋଷଣା କରାଯାଇଛି।

Comments are closed.