ଏମ୍ସର ଅନ୍ୟ ଜଣେ ଡାକ୍ତରଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଗଳିତ ମୃତଦେହ

ନୂଆଦିଲ୍ଲୀ : ଏମ୍ସର ଅନ୍ୟ ଜଣେ ଡାକ୍ତର ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ତାଙ୍କ ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଜବତ କରିଛି। ଦୁଇରୁ ତିନି ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୌତମ ନାଗରର ଏକ ଘରୁ ଦୁର୍ଗନ୍ଧ ଆସୁଥିବା ନେଇ ଅପରାହ୍ନ ୩ଟା ୧୦ମିନିଟ୍ ରେ ପିସିଆରକୁ କଲ୍ ଆସିଥିଲା। ପୁଲିସ ସେଠାରେ ପହଞ୍ଚି ଘର ମଧ୍ୟରୁ ଗଳିତ ମୃତଦେହ ଜବତ କରିଥିଲା। ମୃତକ ହେଲେ ନାମ ୪୦ ବର୍ଷିୟ ଡ. ମୋହିତ ସିଙ୍ଗଲା। ଅଗଷ୍ଟ ୧୧ ତାରିଖରୁ ଏମ୍ସର ଶିଶୁ ବିଭାଗରେ କାର୍ଯ୍ୟ କରୁଥିଲେ।

ସେ ଚଣ୍ଡିଗଡ଼ର ପଞ୍ଚକୁଲାର ସ୍ଥାନୀୟ ବାସିନ୍ଦା ଏବଂ ୨୦୦୬ରୁ ସେଠାରେ ରହିଆସୁଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.