ହାଇୱା ଧକ୍କାରେ ବାଇକ୍ ଚାଳକ ମୃତ ଜଣେ ଗୁରୁତର

ସୁଆଣ୍ଡୋ : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଡୁପାଇଲ ଗ୍ରାମର ବାପ ପୁଅ ବାଇକରେ ଖୋର୍ଦ୍ଧା ଯାଉଥିଲେ । ତେବେ ଗଡ ବେଗୁନିଆପଡା ନିକଟରେ ଏକ ହାଇୱା ଧକ୍କାରେ ପୁଅ ମାନସ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଭୀମସେନ ବେହେରା ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଯୁବକମାନେ ଉଭୟଙ୍କୁ ଡେଲାଙ୍ଗ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ମାନସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ କିନ୍ତୁ ବାପା ଭୀମସେନ ବେହେରା ଗୁରୁତର  ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଡେଲାଙ୍ଗ ଥାନା ଅଧିକାରୀ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.