ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ୨୦୦ ଲଢୁଆ ବିମାନ: ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତିବୃଦ୍ଧି ପାଇଁ ୨୦୦ ନୂଆ ଲଢୁଆ ଯୁଦ୍ଧ ବିମାନ କିଣାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ସଚିବ ଅଜୟ କୁମାର। ରବିବାର ପ୍ରତିରକ୍ଷା ସଚିବ ଅଜୟ କୁମାର କହିଛନ୍ତି ଖୁବଶିଘ୍ର ଭାରତୀୟ ବାୟୁସେନାକୁ ୨୦୦ ଲଢୁଆ ବିମାନ ମିଳିବ। ବିମାନ ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ସହ କଥାବର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ନିର୍ମିତ ୮୩ ତେଜସ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାକୁ ଦେବାପାଇଁ ଚୁକ୍ତି ଶେଷ ଚରଣରେ ରହିଛି। ଏହା ବାଦ୍ ୧୧୦ ଅନ୍ୟ ବିମାନ ପାଇଁ ପକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ବାୟୁସେନାରୁ ଅବସର ନେଉଥିବା ଲଢ଼ୁଆ ବିମାନର ଅଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଉଥିବା କହିଛନ୍ତି ପ୍ରତିରକ୍ଷା ସଚିବ ଅଜୟ କୁମାର।

ସୂଚନାଯୋଗ୍ୟ ଭାରତୀୟ ବାୟୁସେନା ପାଖରେ ମିରାଜ ୨୦୦୦, ସୁଖୋଇ ୩୦ ଏମକେଆଇ ଓ ମିଗ୍-୨୯ ପରି ଲଢୁଆ ବିମାନ ରହିଛି। ଏହା ବ୍ୟତୀତ ଜଗୁଆର ଓ ମିଗ୍ ୨୧ ବାଇସନ ମଧ୍ୟ ରହିଛି, ଯାହା ବହୁତ ପୁରୁଣା ହୋଇଗଲାଣି। ଏହା ସହ ୨୦୧୯ ଡିସେମ୍ବର ମାସରେ ଅବସର ନେଇଛି ପାକିସ୍ତାନ ସହିତ ହୋଇଥିବା କାରଗିଲ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରି ‘ହିରୋ’ ଆଖ୍ୟା ପାଇଥିବା ଲଢ଼ୁଆ ଯୁଦ୍ଧ ବିମାନ ମିଗ୍-୨୭। ଏଥିପାଇଁ  ବାୟୁସେନା ପକ୍ଷରୁ ଯୋଧପୁରସ୍ଥିତ ବିମାନ ଘାଟିରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ୭ଟି ମିଗ୍-୨୭ ଯୁଦ୍ଧ ବିମାନ ଶେଷ ଥର ପାଇଁ ଉଡ଼ାଣ ଭରି ବାୟୁସେନାରୁ ବିଦାୟ ନେଇଥିଲା।

Comments are closed.