ବାବୁସାନ-ପ୍ରକୃତି-ତୃପ୍ତି ବିବାଦ: ୫ କୋଟି ଟଙ୍କାର ମାନହାନି ମାମଲା କଲେ ପ୍ରକୃତି

ଭୁବନେଶ୍ବର: ବାବୁସାନ୍‌-ପ୍ରକୃତି-ତୃପ୍ତି ବିବାଦ ମାମଲାରେ ବୁଧବାର ମାନହାନି ମାମଲା ଦାୟର କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଭୁବନେଶ୍ବର କୋର୍ଟରେ ସେ ୫ କୋଟି ୧୦ ହଜାର ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି। ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ବଶୁର ଲଳିତ ଶତପଥୀଙ୍କ ନାଁରେ ମାନହାନି ମାମଲା କରିଛନ୍ତି ପ୍ରକୃତି। ଏହା ବ୍ୟତୀତ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ୍‌କୁ ମଧ୍ୟ ପ୍ରକୃତି ପକ୍ଷଭୁକ୍ତ କରିଛନ୍ତି। ୟୁଟ୍ୟୁବରେ ପ୍ରକୃତିଙ୍କ ବିରୋଧରେ ଅପମାନଜନକ ଭିଡିଓ ଥିବାରୁ ସେ ପକ୍ଷଭୁକ୍ତ କରିଛନ୍ତି। ଏଥିସହ ୟୁଟ୍ୟୁବରୁ ସମସ୍ତ ଭିଡିଓ ହଟାଇବାକୁ ପ୍ରକୃତି ମାମଲା ଦାୟର କରିଛନ୍ତି।

 

 

Comments are closed.