ହ୍ରାସ ପାଉଛି ସଂକ୍ରମଣ ; ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ : ଆଠଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ରବିବାର ମାତ୍ର ଜଣେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଠଗଡ ଡାକ୍ତରଖାନାରେ ଗତ ୧୦ତାରିଖରେ ଆରଟି-ପିସିଆର ପରୀକ୍ଷା ପାଇଁ ଯାଇଥିବା ୩୨ଜଣଙ୍କର ସ୍ୱାବ୍ ନମୁନା ମଧ୍ୟରୁ ଜଣେ ସଂକ୍ରମିତ ଥିବା ଜଣାପଡିଛି । ରବିବାର ଛୁଟିଦିନ ଥିବାରୁ ବ୍ରହ୍ମପୁର ସିଏଚସିରେ ମାତ୍ର ଜଣେ ବ୍ୟକ୍ତିଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ଅନ୍ୟ କେଉଁଠାରେ ପରୀକ୍ଷଣ କରାଯାଇନାହିଁ ।  ବ୍ରହ୍ମପୁର ସିଏଚସିରେ ପରୀକ୍ଷା କରାଯାଇଥିବା ଜଣଙ୍କର କରୋନା ସଂକ୍ରମଣ ନଥିବା ଜଣା ପଡିଛି।

Comments
Loading...