କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି, ଝୋଟ ବ୍ୟାଗରେ ଖାଦ୍ୟଶସ୍ୟ ପ୍ୟାକିଂ ବାଧ୍ୟତାମୂଳକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୁରୁବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏଣିକି ଖାଦ୍ୟଶସ୍ୟ ପ୍ୟାକିଂ ପାଇଁ ଝୋଟ ତିଆରି ବ୍ୟାଗ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଝୋଟ ତିଆରି ସାମଗ୍ରୀରେ ବାଧ୍ୟତାମୂଳକ ପ୍ୟାକେଜିଂ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଝୋଟ ତିଆରି ବ୍ୟାଗକୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଛି। ସେ କହିଛନ୍ତି ଯେ ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଶତପ୍ରତିଶତ ଖାଦ୍ୟ ଶସ୍ୟ ଏବଂ ୨୦ ପ୍ରତିଶତ ଚିନି ଝୋଟ ବ୍ୟାଗରେ ପ୍ୟାକ୍ ହେବ। କମିଟି ଏହି ବ୍ୟାଗଗୁଡ଼ିକର ମୂଲ୍ୟ ସ୍ଥିର କରିବ।

ଜାଭଡେକର କହିଛନ୍ତି ଯେ ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ ଅଧୀନରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଇଥାନଲ କ୍ରୟ ପାଇଁ ମନ୍ତ୍ରୀମଣ୍ଡଳ ଅନୁମୋଦନ କରିଛି। ଅନ୍ୟପକ୍ଷରେ ସମଗ୍ର ଦେଶରେ ନିର୍ଦ୍ଧାରିତ ୭୩୬ଟି ଡ୍ୟାମର ସୁରକ୍ଷା ଏବଂ କ୍ଷମତା ଦୃଢ଼ୀକରଣ ନିମନ୍ତେ କେନ୍ଦ୍ର କ୍ୟାବିନେଟ୍ ‘ଡ୍ୟାମ୍ ପୁନର୍ବାସ ଏବଂ ଉନ୍ନତି ପ୍ରକଳ୍ପ’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପ ପାଇଁ ମୋଟ ୧୦, ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ | ଏହି ପ୍ରକଳ୍ପ ୨୦୧୧ ଏପ୍ରିଲରୁ ୨୦୩୧ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

Comments are closed.